ଏମ୍ସ ଅଧ୍ୟୟନରେ ପ୍ରମାଣିତ, ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ ପଖାଳ

ଭୁବନେଶ୍ୱର: ଓଡ଼ିଆଙ୍କ ସହ ଓତଃପ୍ରୋତ ଭାବେ ଜଡ଼ିତ ପଖାଳର ଉପକାରିତା ଏବେ ବୈଜ୍ଞାନିକ ସ୍ତରରେ ପ୍ରମାଣିତ ହୋଇଛି । ପଖାଳ ଭାତ ଓ ଏହାର ତୋରାଣୀ ରୋଗ ପ୍ରତିରୋଧକ ବୃଦ୍ଧି କରିବାରେ ସହାୟକ ହୋଇଥାଏ । ବିଶେଷକରି ବାସି ପଖାଳ ଆହୁରି ହିତକର । ଏଥିରେ ଥିବା ଫ୍ୟାଟି ଏସିଡ୍ ଶରୀରକୁ ରୋଗମୁକ୍ତ ରଖିଥାଏ ବୋଲି ଭୁବନେଶ୍ୱର ଏମ୍ସ ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ।

ପଖାଳ ଭାତକୁ ନେଇ ଭୁବନେଶ୍ୱର ଏମ୍ସର ମାଇକ୍ରୋ ବାୟୋଲୋଜି ବିଭାଗୀୟ ମୁଖ୍ୟ ଡାକ୍ତର ବାଲାମୁରୁଗାନ୍ ରାମଦାସ ୨୦୧୯ରୁ ପଖାଳର ଉପକାରିତା ନେଇ ଗବେଷଣା କରୁଛନ୍ତି । ଏଥିପାଇଁ ସେ ବିଭିନ୍ନ ସ୍ଥାନରୁ ବାସି ପଖାଳ ଓ ତୋରାଣୀ ସଂଗ୍ରହ କରିଥିଲେ । ରାମଦାସ କହିଛନ୍ତି ଯେ, ବାସି ପଖାଳ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ତୋରାଣି ମଧ୍ୟ ହିତକାରୀ । ଏଥିରେ ଥିବା ଲାକ୍ଟୋ-ବାସିଲିସ୍ ନାମକ ବ୍ୟାକ୍ଟେରିଆରୁ ପୋଷଣ ମିଳିଥାଏ ବୋଲି ଡାକ୍ତର ରାମଦାସଙ୍କ କହିଛନ୍ତି । ଡାକ୍ତରଙ୍କ ରାମଦାସଙ୍କ ନେତୃତ୍ୱରେ ୮ ଜଣିଆ ଡାକ୍ତରୀ ଟିମ୍ ଦ୍ୱାରା ପଖାଳକୁ ନେଇ ଗବେଷଣା କରାଯାଇଥିଲା ।

Comments are closed.