କେରଳରେ ଜିକା ଭାଇରସର ପ୍ରଥମ ମାମଲା ଚିହ୍ନଟ

ତିରୁବନନ୍ତପୁରମ: କେରଳରେ ଜିକା ସଂକ୍ରମଣର ପ୍ରଥମ ମାମଲା ଠାବ ହୋଇଛି । ଆଉ ୧୩ ଜଣ ସନ୍ଦିଗ୍ଦଙ୍କ ନମୁନା ପୁଣେର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିକୁ ପଠାଯାଇଛି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଏକ ବିବୃତ୍ତି ଅନୁଯାୟୀ ତିରୁବନନ୍ତପୁରମର ପରାସାଲାର ଜଣେ ୨୪ ବର୍ଷ ବୟସ୍କା ଗର୍ଭବତୀ ମହିଳାଙ୍କ ଜିକା ଭାଇରସ୍ ଦ୍ବାରା ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି । ମହିଳା ଜଣକ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି ଯେ ତିରୁବନନ୍ତପୁରମ୍ ପଠାଯାଇଥିବା ୧୯ଟି ନମୁନା ମଧ୍ୟରୁ ୧୩ଟି ସ୍ୱାସ୍ଥ୍ୟ କର୍ମୀଙ୍କର। ଏମାନଙ୍କ ମଧ୍ୟରୁ କିଛି ଡାକ୍ତର ଅଛନ୍ତି ‌। ଏଡିସ୍ ମଶା କାମୁଡ଼ିବା ଦ୍ୱାରା ଏହି ରୋଗ ହୋଇଥାଏ ।

Comments are closed.