ରାଜ୍ୟରେ ଆଉ ୫୮ ଜଣ କୋଭିଡରେ ପ୍ରାଣ ହରାଇଥିବା ସୂଚନା ଦେଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

ଭୁବନେଶ୍ୱର- ରାଜ୍ୟରେ ଆଉ ୫୮ ଲୋକଙ୍କ କୋଭିଡରେ ମୃତ୍ୟୁ ହୋଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ରାଜ୍ୟରେ ମୋଟ କୋଭିଡ ମୃତ୍ୟୁ ସଂଖ୍ୟା ୪ ହଜାର ୫୩୪କୁ ବୃଦ୍ଧି ପାଇଛି । ଭୁବନେଶ୍ୱରରୁ ୬ ସମେତ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୧ ଜଣ ରୋଗୀ ପ୍ରାଣ ହରାଇଛନ୍ତି । ବରଗଡ ଓ ପୁରୀ ଜିଲ୍ଲାରେ ୭ ଜଣ ଲେଖାଏଁ, ଗଞ୍ଜାମ ଓ ସୁନ୍ଦରଗଡ ଜିଲ୍ଲାରେ ୬ ଜଣ ଲେଖାଏଁ ରୋଗୀଙ୍କ ମୃତ୍ୟୁ ହୋଇଛି । ସମ୍ବଲପୁରରେ ୪, କେନ୍ଦ୍ରାପଡାରେ ୩, କଟକ, ଢେଙ୍କାନାଳ, କେନ୍ଦୁଝର ଓ ନୟାଗଡରେ ୨ ଜଣ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଅନୁଗୁଳ, ଗଜପତି, ଯାଜପୁର, ଝାରସୁଗୁଡା, କଳାହାଣ୍ଡି ଓ ମୟୂରଭଞ୍ଜରେ ଜଣେ ଲେଖାଏଁ କୋଭିଡ ରୋଗୀ ଗତ କିଛି ଦିନରେ ପ୍ରାଣ ହରାଇଛନ୍ତି ।

Comments are closed.