ରଥଯାତ୍ରା ପାଇଁ ଆଜି ଆଜ୍ଞାମାଳ ବିଜେ ନୀତି, ତିନି ରଥର ଚକ ଓ ଅଖରେ ତୈଳ ଲାଗି

ପୁରୀ- ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ଆଜି ତିନି ରଥରେ ଆଜ୍ଞାମାଳ ବିଜେ ନୀତି ହେବ । ଆଜ୍ଞାମାଳ ବିଜେ ନୀତି ସଂପନ୍ନ ହେବା ପରେ ତିନି ରଥର ଚକ ଓ ଅଖରେ ତୈଳ ଲାଗି ହେବ । ଏହାପରେ ତିନିରଥକୁ ସିଂହଦ୍ୱାର ଚକଡାକୁ ନିଆଯିବ । ଏଥର ବି କୋରୋନା ସଂକ୍ରମଣ ଯୋଗୁଁ ଭକ୍ତବତ୍ସଳ ମହାପ୍ରଭୁଙ୍କ ପ୍ରିୟ ଯାତ୍ରା ବିନା ଭକ୍ତରେ ଆୟୋଜନ ହେଉଛି । ଯାତ୍ରା ପାଇଁ ଏକାଧିକ କଟକଣା ଜାରି କରିଛି ଜିଲ୍ଲା ପ୍ରଶାସନ । ଆଜି ରାତି ୮ରୁ ୪୮ ଘଂଟିଆ କର୍ଫ୍ୟୁ ଲାଗିବ । ଏଣେ ପୁରୀରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୁରୀରେ ୬୫ ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଛନ୍ତି । ସହରକୁ ୧୨ଟି ଜୋନରେ ବିଭକ୍ତ କରାଯାଇଛି । ସହରର ମୁଖ୍ୟ ପ୍ରବେଶ ପଥ ଓ ବଡଦାଣ୍ଡ ଛାତ ଉପରେ ସ୍ୱତନ୍ତ୍ର ସୁରକ୍ଷା ବାହିନୀ ମୁତୟନ କରାଯାଇଛି ।

Comments are closed.