ରଥଯାତ୍ରା ପାଇଁ ପୁରୀରେ କଡା ସୁରକ୍ଷା ବ୍ୟବସ୍ଥା, ସମୀକ୍ଷା କଲେ ଡିଜିପି

ପୁରୀ – ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଡିଜିପି ଅଭୟ ପୁରୀରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ପୁରୀ ଗୋପବନ୍ଧୁ ଆୟୁର୍ବେଦ ହସପିଟାଲରେ ବରିଷ୍ଠ ଅଧିକାରୀଙ୍କ ବୈଠକ ହୋଇଛି । ଏଥିରେ ପୁରୀ ଏସପିଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ । ରଥଯାତ୍ରା ପାଇଁ ସାମଗ୍ରିକ ସୁରକ୍ଷା ଦାୟିତ୍ୱରେ ଏଡିଜିପି,ଆଇନ ଶୃଙ୍ଖଳା । କେନ୍ଦ୍ରାଚଂଳ ଆଇିଜିପି, ପୁରୀ ଏସପିଙ୍କ ସମେତ ୧୦ ଜଣ ଅତିରିକ୍ତ ଏସପ, ୩୧ ଡିଏସପି, ୬୪ ଇନସପେକ୍ଟର ,୨୨୨ ଏସଆଇ, ଏଏସଆଇ ପ୍ରମୁଖ ସୁରକ୍ଷା ଦାୟିତ୍ୱରେ ରହିବେ । ୬୫ ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଛନ୍ତି । ଅନ୍ତର୍ଘାତୀ କାର୍ଯ୍ୟ ନିରୋଧୀ ଟିମ୍ ଓ ବୋମା ଠାବ ଓ ନିଷ୍କ୍ରିୟ ଟିମ୍ ବି ମୁତୟନ ହେବେ ।

Comments are closed.