ରଥାରୁଢ ହେଲେ ତିନିଠାକୁର, ଗଜପତି ମହାରାଜଙ୍କ ଛେରା ପହଁରା

ପୁରୀ- ଶ୍ରୀମନ୍ଦିର ରତ୍ନବେଦୀରୁ ଆସି ଭକ୍ତଙ୍କ ନିମନ୍ତେ ରଥାରୁଢ ହୋଇଛନ୍ତି ମହାବାହୁ । ବଡଭାଇ ଶ୍ରୀବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ଧାଡି ପହଣ୍ଡିରେ ଆସି ରଥରେ ବିଜେ କରିଛନ୍ତି । ଏ ଯାବତ ସୁଚାରରୂପେ ସଂପାଦିତ ହୋଇଛି ରଥଯାତ୍ରାର ସମସ୍ତ ନୀତିକାନ୍ତି ।

ଚତୁର୍ଦ୍ଧାମୂତ୍ତି ର୍ ରଥାରୁଢ ହେଲା ପରେ ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ରଥଉପରେ ଠାକୁରଙ୍କୁ ଦର୍ଶନ କରିଛନ୍ତି । ଏହାପରେ ଶ୍ରୀଜଗନ୍ନାଥଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବ ସୁନା ଝାଡୁରେ ତିନି ରଥରେ ଛେରା ପହଁରା କରି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ବିନା ଭକ୍ତରେ ଏଥର ବି ଆୟୋଜିତ ହେଉଛି ରଥଯାତ୍ରା । କିନ୍ତୁ ବିଭିନ୍ନ ନ୍ୟୁଜ ଚ୍ୟାନେଲ ଓ ୟୁ ଟ୍ୟୁବ ମାଧ୍ୟମରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଅପାର ଆନନ୍ଦ ଉଠାଉଛନ୍ତି ଦେଶବିଦେଶର ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ।

Comments are closed.