ଆଜି ମହାପ୍ରଭୁଙ୍କ ଆଡପ ମଣ୍ଡପ ବିଜେ, ପୁରୀରେ ୧୪ ତାରିଖ ସକାଳ ୬ ଯାଏ କର୍ଫ୍ୟୁ ବଳବତ୍ତର

ପୁରୀ – ଆଜି ତିନିଠାକୁରଙ୍କ ହେବ ଆଡପ ମଣ୍ଡପ ବିଜେ ନୀତି । ଆଜି ଅପରାହ୍ନରେ ହେବେ ଆଡପ ମଣ୍ଡପ ପହଣ୍ଡି । ଗୋଟି ପହଣ୍ଡିରେ ଯଜ୍ଞବେଦୀକୁ ବିଜେ କରିବେ ମହାପ୍ରଭୁ । ସଂଧ୍ୟାଧୂପ ସରିବା ପରେ ହେବ ପହଣ୍ଡି । ପହଣ୍ଡି ପରେ ସିଂହାସନ ଉପରେ ହେବ ରୁନ୍ଧା ନୀତି । ଆସନ୍ତାକାଲି ସକାଳ ଧୂପ ପରେ ବାହାରିବ ଆଡପ ଅବଢା ।

ଏଣେ ମହାପ୍ରଭୁଙ୍କ ଆଡପ ମଣ୍ଡପ ପହଣ୍ଡି ପାଇଁ ପୁରୀ ସହରେ କର୍ଫ୍ୟୁ କଟକଣା ବୃଦ୍ଧି କରାଯାଇଛି । ଆଜି ପରିବର୍ତ୍ତେ ୧୪ ତାରିଖ ସକାଳ ୬ଟା ଯାଏ କଟକଣା ବଳବତ୍ତର ରଖିବା ପାଇଁ ନିଷ୍ପତ୍ତି ନେଇଛି ପ୍ରଶାସନ ।

Comments are closed.