ନିଆଁରେ ପୋଡି ହୋଇ ଗଜପତି ଜିଲ୍ଲା ସହକାରୀ ବନ ସଂରକ୍ଷକ ଗୁରୁତର ଆହତ

ପାରଳାଖେମୁଣ୍ଡି – ଗଜପତି ଜିଲ୍ଲା ସହକାରୀ ବନ ସଂରକ୍ଷକ ସୌମ୍ୟରଂଜନ ମହାପାତ୍ର ନିଆଁ ଲାଗିଯିବାରୁ ପୋଡି ହୋଇ ଗୁରୁତର ଆହତ ହୋଇଛନ୍ତି । ଅର୍ଦ୍ଧଦଗ୍ଧ ଅବସ୍ଥାରେ ତାଙ୍କୁ ପାରଳାଖେମୁଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତାଙ୍କ ଶରୀରର ୮୦ ପ୍ରତିଶତ ପୋଡିଯାଇଥିବା ସୂଚନା ମିଳିଛି । କେମିତି ନିଆଁ ଲାଗିଲା, ସେ କେମିତି ପୋଡି ହେଲେ, ସେ ନେଇ ସ୍ପଷ୍ଟ ସୂଚନା ନାହିଁ । ତାଙ୍କ ପତ୍ନୀ ମୁହଁ ଖୋଲୁନାହାନ୍ତି ।

Comments are closed.