କରୋନା ଅପଡେଟ୍‌: ହଠାତ୍ ବଢ଼ିଗଲା ମୃତ୍ୟୁ ସଂଖ୍ୟା, ଦିନକରେ ୨୦୨୦ ଜଣଙ୍କ ମୃତ୍ୟୁ, ସୁସ୍ଥଙ୍କ ସଂଖ୍ୟା ୩ କୋଟି ଟପିଲା

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଖସୁଥିଲେ ମଧ୍ୟ ମୃତ୍ୟୁସଂଖ୍ୟାରେ ଅଚାନକ ବୃଦ୍ଧି ଘଟିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୩୨ ହଜାର ୯୦୬ ନୂଆ ମାମଲା ଚିହ୍ନଟ ହୋଇଛି । ତେବେ ଦିନକରେ ଏହି ରୋଗରେ ୨୦୨୦ ଜଣଙ୍କ ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟାରେ କରୋନାରୁ ଆଉ ୪୯ ହଜାର ୦୭ ଜଣ ସୁସ୍ଥ ବି ହୋଇଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ, ଭାରତରେ ମୋଟ କରୋନା ମାମଲା ୩ କୋଟି ୯ ଲକ୍ଷ ୭ ହଜାର ୨୮୨କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୪ ଲକ୍ଷ ୧୦ ହଜାର ୭୮୪ ଜଣଙ୍କ ମୃତ୍ୟୁ ହୋଇଛି । ସେପଟେ ଏହି ରୋଗରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ତିନି କୋଟି ଟପିଛି । ଏଯାବତ୍ ଦେଶରେ କୋଭିଡ୍‌-୧୯ରୁ ତିନି କୋଟି ୬୩ ହଜାର ୭୨୦ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ଏବେ ୪ ଲକ୍ଷ ୩୨ ହଜାର ୭୭୮ ସକ୍ରିୟ ରୋଗୀ ଅଛନ୍ତି ।

ଦେଶରେ କୋଭିଡ୍‌-୧୯ ବିରୋଧରେ ଟିକାକରଣ ଚାଲିଛି । ସମଗ୍ର ଦେଶରେ ଏପର୍ଯ୍ୟନ୍ତ ୩୮ କୋଟି ୧୪ ଲକ୍ଷ ୬୭ ହଜାର ୬୪୬ ଟିକା ଡୋଜ୍ ଦିଆଯାଇଛି । ଗତ ୨୪ ଘଣ୍ଟାରେ ୪୦ ଲକ୍ଷ ୬୫ ହଜାର ୮୬୨ ଟିକା ଦିଆଯାଇଥିଲା । ଏବେ ସୁଦ୍ଧା ୩୦,୬୬,୧୨,୭୮୧ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୭,୪୮,୫୪,୮୬୫ ଲୋକଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି ।

Comments are closed.