ବିଭିନ୍ନ କ୍ୟାବିନେଟ କମିଟିର ପୁନର୍ଗଠନ; ସ୍ମୃତି ଇରାନୀ, ସୋନୋୱାଲ ରାଜନୈତିକ ବ୍ୟାପାର କମିଟିରେ ସାମିଲ

ନୂଆଦିଲ୍ଲୀ: ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ପରେ ମୋଦି ସରକାର ବିଭିନ୍ନ କ୍ୟାବିନେଟ କମିଟିର ପୁନର୍ଗଠନ କରିଛନ୍ତି । ପ୍ରଧାନମନ୍ତ୍ରୀ ନେତୃତ୍ଵାଧୀନ ରାଜନୈତିକ ବ୍ୟାପାର ଭଳି ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ କମିଟିର ସଦସ୍ୟ ଭାବେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ, ଭୁପେନ୍ଦ୍ର ଯାଦବ ଏବଂ ସର୍ବାନନ୍ଦ ସୋନୋୱାଲଙ୍କୁ ସାମିଲ କରାଯାଇଛି ।

କ୍ୟାବିନେଟ ସଚିବାଳୟ ଦ୍ବାରା ଜାରି ବିଜ୍ଞପ୍ତି ଅନୁଯାୟୀ କେନ୍ଦ୍ର ମନ୍ତ୍ରୀ ବିରେନ୍ଦ୍ର କୁମାର, କିରେନ ରିଜିଜୁ ଏବଂ ଅନୁରାଗ ସିଂ ଠାକୁରଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ନେତୃତ୍ୱରେ ସଂସଦୀୟ ବ୍ୟାପାର କମିଟିରେ ଅନ୍ତର୍ଭୁକ୍ତ କରାଯାଇଛି।

ତେବେ ସୁରକ୍ଷା ପ୍ରସଙ୍ଗରେ ଦେଶର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା – ସୁରକ୍ଷା କ୍ୟାବିନେଟ୍ କମିଟି ଏବଂ ନିଯୁକ୍ତି ଉପରେ କ୍ୟାବିନେଟ୍ କମିଟିରେ କୌଣସି ପରିବର୍ତ୍ତନ ହୋଇନାହିଁ। ସରକାରୀ ନିଯୁକ୍ତି ସମ୍ବନ୍ଧୀୟ କ୍ୟାବିନେଟ୍ ଯୁଗ୍ମ ସଚିବ ଏବଂ ତଦୁର୍ଦ୍ଧ୍ୱ ପଦାଧିକାରୀଙ୍କ ନିଯୁକ୍ତି ସମ୍ପର୍କରେ ନିଷ୍ପତ୍ତି ନେଇଥାଏ ।

ସୁରକ୍ଷା ବ୍ୟାପାର କ୍ୟାବିନେଟ କମିଟିର ସଦସ୍ୟମାନେ ହେଉଛନ୍ତି ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ଗୃହମନ୍ତ୍ରୀ ଅମିତ ଶାହା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁବ୍ରମଣ୍ୟମ ଜୟଶଙ୍କର। ନିଯୁକ୍ତି ଉପରେ କ୍ୟାବିନେଟ କମିଟି ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କୁ ନେଇ ଗଠିତ।

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ପୁଞ୍ଜି ବିନିଯୋଗ ଏବଂ ବିକାଶ ମନ୍ତ୍ରୀମଣ୍ଡଳରେ ନୂତନ ସଦସ୍ୟ ଭାବରେ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ, ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ଅଶ୍ୱିନୀ ବୈଷ୍ଣବଙ୍କୁ ନୂତନ ସଦସ୍ୟ ଭାବରେ ନିଯୁକ୍ତ କରାଯାଇଛି।

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନିଯୁକ୍ତି ଏବଂ ଦକ୍ଷତା ବିକାଶ କ୍ୟାବିନେଟ କମିଟିରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଭୁପେନ୍ଦ୍ର ଯାଦବ, ରାମଚନ୍ଦ୍ର ପ୍ରସାଦ ସିଂ ଏବଂ ଜି.କିଶାନ ରେଡ୍ଡୀଙ୍କୁ ନୂତନ ସଦସ୍ୟ ଭାବରେ ଅନ୍ତର୍ଭୁକ୍ତ କରାଯାଇଛି।

Comments are closed.