ରାଜ୍ୟରେ ତିନିଟି ମେଡିକାଲ କଲେଜର ଅଗ୍ରଗତି ନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

ଭୁବନେଶ୍ୱର- ରାଜ୍ୟରେ ତିନିଟି ମେଡିକାଲ କଲେଜର ଅଗ୍ରଗତି ନେଇ ମୁଖ୍ୟ ଶାସନ ସଚିବ ସମୀକ୍ଷା କରିଛନ୍ତି । ତାଳଚେର, ସୁନ୍ଦରଗଡ ଓ ପୁରୀରେ ହେବାକୁ ଥିବା ମେଡିକାଲ କଲେଜ ନେଇ ସମୀକ୍ଷା ହୋଇଛି । ପ୍ରତି ମେଡିକାଲ କଲେଜରେ ୧୦୦ଟି ଲେଖାଏଁ ସିଟ୍ ରହିବ । ତାଳଚେରରେ ଏମସିଏଲର ସହଯୋଗରେ ନିର୍ମାଣ ହେଉଛି ମେଡିକାଲ କଲେଜ । ବିନା ଲାଭ-କ୍ଷତିରେ ଟ୍ରଷ୍ଟ ଦ୍ୱାରା ପରିଚାଳିତ ହେବ ତାଳଚେର ମେଡିକାଲ କଲେଜ । ଡିସେମ୍ବର ମାସ ସୁଦ୍ଧା ଭିତିଭୂମି ନିର୍ମାଣ କାମମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ପୁରୀ ମେଡିକାଲ କଲେଜରେ ୨୦୨୧-୨୨ ଶିକ୍ଷା ବର୍ଷ ସୁଦ୍ଧା ପାଠପଢା ଆରମ୍ଭ ହେବ । ସୁନ୍ଦରଗଡରେ ଏନଟିପିସି ସହାୟତାରେ ହେବ ମେଡିକାଲ କଲେଜ । ଆସନ୍ତା ଶିକ୍ଷାବର୍ଷଠାରୁ ପାଠପଢା ପାଇଁ ଏମସିଆଇର ଅନୁମତି ଲୋଡିବେ ରାଜ୍ୟ ସରକାର ।

Comments are closed.