ତିନି-ଚାରି ଜିଲ୍ଲାକୁ ଛାଡିଦେଲେ ରାଜ୍ୟରେ କୋରୋନା ସ୍ଥିତି ନିୟନ୍ତ୍ରଣାଧୀନ, ଚିନ୍ତା ବଢାଉଛି ଭୁବନେଶ୍ୱର ଓ କଟକର ସଂଖ୍ୟା

ଭୁବନେଶ୍ୱର- ଜୁଲାଇ ୧୬ରେ ଶେଷ ହେଉଛି ଆଂଶିକ ଲକଡାଉନ ଅବଧି । ତିନି ଚାରିି ଜିଲ୍ଲାକୁ ଛାଡିଦେଲେ ରାଜ୍ୟରେ ସଂକ୍ରମଣ ନିୟନ୍ତ୍ରଣକୁ ଆସିଛି । ଏ ଦୃଷ୍ଟିରୁ ଜୁଲାଇ ୧୬ ପରେ ରାଜ୍ୟରେ କଟକଣା ଅଧିକ କୋହଳ ହେବ କି ନାହିଁ , ସେ ଉପରେ ସମସ୍ତଙ୍କର ନଜର ରହିଛି । ଏଣେ କୋଭିଡ କଟକଣା କୋହଳ ହେଲା ପରେ ମଧ୍ୟ କିଛିଟା ରହିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ସବୁ ତଥ୍ୟ ତର୍ଜମା କରି ସରକାରଙ୍କୁ ଦିଆଯାଉଛି । ସରକାର ଯଥା ସମୟରେ ଉଚିତ ପଦକ୍ଷେପ ନେବେ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ, ପଡୋଶୀ ଛତିଶଗଡରେ କୋରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି । ତେଣୁ ସୀମାନ୍ତବର୍ତ୍ତୀ ନୂଆପଡା ଜିଲ୍ଲା ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି । ପଶ୍ଚିମବଙ୍ଗକୁ ଲାଗିଥିବା ଜିଲ୍ଲାଗୁଡିକ ଉପରେ ମଧ୍ୟ ନଜର ରଖାଯାଇଥିବା ସେ ସୂଚନା ଦେଇଛନ୍ତି । କଟକ, ଖୋର୍ଦ୍ଧା, ବାଲେଶ୍ୱର, ମୟୂରଭଞ୍ଜ ଜିଲ୍ଲାରେ ସଂକ୍ରମଣ ଅଧିକ ରହୁଛି । ବିଶେଷ କରି ଭୁବନେଶ୍ୱର ଓ କଟକରେ ସଂକ୍ରମଣ କେମିତି କମିବ ସେ ନେଇ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

Comments are closed.