ପୀୟୁଷ ଗୋୟଲ ରାଜ୍ୟସଭାର ନେତା ନିଯୁକ୍ତ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ରାଜ୍ୟସଭାରେ ଗୃହର ନେତା ନିଯୁକ୍ତ ହୋଇଛନ୍ତି। ପୂର୍ବରୁ ଥାୱରଚାନ୍ଦ ଗେହଲୋଟ୍ ଏହି ପଦରେ ଥିଲେ । କିନ୍ତୁ କର୍ଣ୍ଣାଟକର ରାଜ୍ୟପାଳ ହେବା ପରେ ଏହି ପଦବୀ ଖାଲି ପଡିଥିଲା। ଗୋୟଲ ପୂର୍ବରୁ ରାଜ୍ୟସଭାର ଉପନେତା ଥିଲେ। ଏହି ବରିଷ୍ଠ ସାଂସଦ ଜଣେ ପ୍ରଭାବଶାଳୀ ଫ୍ଲୋର ମ୍ୟାନେଜର ରହି ଆସିଛନ୍ତି । ତାଙ୍କ ନେତୃତ୍ୱରେ ଟ୍ରିପଲ ତଲାକ୍ ଏବଂ ଧାରା ୩୭୦ ଭଳି ଗୁରୁତ୍ୱପୂର୍ଣ୍ଣ ବିଲ୍ ପାରିତ ହୋଇଛି। ମହାରାଷ୍ଟ୍ରର ଏହି ବିଜେପି ନେତାଙ୍କ ଉଭୟ ନିଜ ଦଳର ସଦସ୍ୟ ଏବଂ ଗୃହରେ ବିରୋଧୀଦଳର ନେତାଙ୍କ ସହ ଉତ୍ତମ ସମ୍ପର୍କ ରହିଛି।

Comments are closed.