ରାଜ୍ୟରେ ଆଉ ୬୬ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର- ରାଜ୍ୟରେ ଆଉ ୬୬ ଜଣଙ୍କ କୋରୋନାରେ ମୃତ୍ୟୁ ହୋଇଛି । ବିଭିନ୍ନ ଜିଲ୍ଲାରୁ ତଥ୍ୟ ସଂଗ୍ରହ କରି ଏହି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୧, ସୁନ୍ଦରଗଡ ଓ ବରଗଡରୁ ୧୦ ଜଣ ଲେଖାଏଁ, ବାଲେଶ୍ୱରରୁ ୮ ଜଣ ପ୍ରାଣ ହରାଇଛନ୍ତି । ସମ୍ବଲପୁର ଜିଲ୍ଲାରୁ ୭, ମୟୂରଭଞ୍ଜ ଓ ଭଦ୍ରକରୁ ୨ ଜଣେ ଲେଖାଏଁ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ବଲାଙ୍ଗିର, ଗଞ୍ଜାମ, ଜଗତସିଂହପୁର, କଟକ, କଳାହାଣ୍ଡି ଓ ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୪ ହଜାର ୮୬୧କୁ ବୃଦ୍ଧି ପାଇଛି ।

Comments are closed.