ଆଜି ଆସିବ ରାଜ୍ୟ ସରକାରଙ୍କ ପରବର୍ତ୍ତୀ କୋଭିଡ ଗାଇଡଲାଇନ୍‌

ଭୁବନେଶ୍ୱର- ରାଜ୍ୟରେ ଆଂଶିକ ଅନଲକ୍ ଅବଧି ଆସନ୍ତାକାଲି ସକାଳ ୫ଟାରେ ଶେଷ ହେଉଥିବା ବେଳେ ରାଜ୍ୟ ସରକାର ଆଜି ପରବର୍ତ୍ତୀ କୋଭିଡ ଗାଇଡଲାଇନ୍ସ ଘୋଷଣା କରିବେ । ରାଜ୍ୟରେ ସଂକ୍ରମଣ ନିୟନ୍ତ୍ରଣରେ ରହିଛି । କେବଳ ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ସ୍ଥିତି ଚିନ୍ତାର କାରଣ ହୋଇଛି । ଆଇ ଦୁଇ ତିନିଟି ଜିଲ୍ଲାରେ ମଧ୍ୟ ଦୈନିକ କୋରୋନା ସଂକ୍ରମଣ ହାର ଚିନ୍ତାଜନକ ରହିଛି । ପଜିଟିଭ ହାର ୫ ପ୍ରତିଶତ ଉପରେ ରହୁଥିବା ଉପକୂଳର ଆଉ କିଛି ଜିଲ୍ଲାରେ କଟକଣା ବଳବତ୍ତର ରହିପାରେ । ଅନ୍ୟ ସବୁ ଜିଲ୍ଲାରେ କଟକଣା କୋହଳ ହେବା ସମ୍ଭାବନା ରହିଛି ।

ବର୍ତ୍ତମାନ କ୍ୟାଟୋଗୋରୀ ଏ ରେ ଥିବା ୨୦ଟି ଜିଲ୍ଲାରେ ସଂଧ୍ୟା ୬ଟା ଯାଏଁ ସବୁ ଦୋକାନ ବଜାର ଖୋଲିବାକୁ ଅନୁମତି ରହିଛି ଓ ସପ୍ତାହାନ୍ତ ସଟଡାଉନ ଉଠିଯାଇଛି । ୧୦ଟି ବି କ୍ୟାଟୋଗୋରୀ ଜିଲ୍ଲାରେ କଟକଣା ଟିକେ ଅଧିକ ରହିଛି । ଏସବୁ ଜିଲ୍ଲାଗୁଡିକରେ ଦିନ ୨ଟା ଯାଏଁ ଦୋକାନବଜାର ଖୋଲାଯିବା ପାଇଁ ଅନୁମତି ରହିଛି ଓ ସପ୍ତାହାନ୍ତ ସଟଡାଉନ ବଳବତ୍ତର ରହିଛି । ଏହି ବ୍ୟବସ୍ଥାରେ ପରିବର୍ତ୍ତନ ହେବା ଆଶା କରାଯାଉଛି । ସ୍ଥିତିରେ ଉନ୍ନତି ହୋଇଥିବାରୁ କ୍ୟାଟୋଗୋରୀ ବି ଶ୍ରେଣୀରେ ଥିବା ଜିଲ୍ଲା ସଂଖ୍ୟା ହ୍ରାସ ହୋଇପାରେ । କ୍ୟାଟୋଗୋରୀ ଏ ଜିଲ୍ଲା ଗୁଡିକରେ କେବଳ ନାଇଟ କର୍ଫ୍ୟୁ ବଳବତ୍ତର ରଖାଯାଇ ଅନ୍ୟ କଟକଣା ହଟାଇବା ପାଇଁ ରାଜ୍ୟ ସରକାର ବିଚାର କରୁଛନ୍ତି ।

Comments are closed.