ରଥଯାତ୍ରା ଦିନ କଟକଣା ଉଲ୍ଲଂଘନ କରିଥିବା ଅଭିଯୋଗରେ ୧୦ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ଅକ୍ଷୟ ପାତ୍ର ଅଫିସ ସିଲ୍

ପୁରୀ –ରଥଯାତ୍ରା ଦିନ କଟକଣା ଉଲ୍ଲଂଘନ କରିଥିବାରୁ ପୁରୀ ସହରର ବିଭିନ୍ନ ବ୍ୟକ୍ତି, ଲଜ୍ ଓ ଅଫିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଆଜି ଅକ୍ଷୟ ପାତ୍ର ଫାଉଣ୍ଡେସନ ଅଫିସ ସିଲ୍ କରାଯାଇଛି । ରଥଯାତ୍ରା ଦିନ ଏହି ଅଫିସର ବାଲକୋନି ଉପରେ ଗୋବିନ୍ଦ କ୍ରିଷ୍ଣା ଦାସ ମହାପ୍ରଭୁଙ୍କ ଯାତ୍ରା ଦେଖିବା ସହ ସୋସିଆଲ୍ ମିଡିଆରେ ଲାଇଭ କରୁଥିଲେ । ଗତକାଲି ପୁରୀର ଗଙ୍ଗା ଲଜ୍‌କୁ ସିଲ୍ କରିଥିଲା ଜିଲ୍ଲା ପ୍ରଶାସନ । ଏସଓପି ଉଲ୍ଲଂଘନ ନେଇ ୧୦ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ । ଏମାନଙ୍କ ମଧ୍ୟରୁ ଦୁଇ ଜଣ ହରିୟାଣାର ହୋଇଥିବା ବେଳେ ୮ ଜଣ ହେଉଛନ୍ତି ପୁରୀ ଜିଲ୍ଲାର ବାସିନ୍ଦା ।

Comments are closed.