ଦାବି ହେଲା ପରେ ଜେଇଇ ମେନ୍ ଚତୁର୍ଥ ପର୍ଯ୍ୟାୟ ଆବେଦନ ଅବଧି ବୃଦ୍ଧି

ନୂଆଦିଲ୍ଲୀ – ଦାବି ହେଲା ପରେ ଜେଇଇ ମେନ୍‌ର ଚତୁର୍ଥ ପର୍ଯ୍ୟାୟ ଆବେଦନ ଅବଧି ବୃଦ୍ଧି କରାଯାଇଛି । ଜୁଲାଇ ୨୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଛି ଆବେଦନ ଅବଧି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ନେଇ ସୂଚନା ଦେଇଛନ୍ତି । ଚତୁର୍ଥ ପର୍ଯ୍ୟାୟ ଆବେଦନ ଅବଧି ବଢାଇବାକୁ ଦାବି ହେଉଥିଲା । ପ୍ରତି ପର୍ଯ୍ୟାୟ ପରୀକ୍ଷା ମଧ୍ୟରେ ୪ ସପ୍ତାହ ବ୍ୟବଧାନ ରଖିବାକୁ ଏନଟିଏକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତାମାସ ୨୬, ୨୭, ୩୧ ଓ ସେପଟେମ୍ବର ୧ ଏବଂ ୨ ତାରିଖରେ ଜେଇଇ ମେନ୍‌ର ଚତୁର୍ଥ ପର୍ଯ୍ୟାୟ ପରୀକ୍ଷା ଅନୁଷ୍ଠିତ ହେବ । ଏଯାଏ ୭ ଲକ୍ଷ ୩୨ ହଜାର ପିଲା ପଂଜିକରଣ କରିଛନ୍ତି ।

Comments are closed.