ରାଜ୍ୟରେ ଆଉ ୨ ହଜାର ୭୦ ନୂଆ କୋରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଆଉ ୨ ହଜାର ୭୦ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧ ହଜାର ୧୯୫ ଓ ସ୍ଥାନୀୟ ଅଂଚଳରୁ ୮୭୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୪୬ ଓ କଟକରୁ ୩୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱରୁ ଜିଲ୍ଲାରୁ ୧୭୬, ଯାଜପୁରରୁ ୧୩୬, ପୁରୀରୁ ୧୧୦, ଜଗତସିଂହପୁରରୁ ୯୭,ମୟୂରଭଞ୍ଜରୁ ୮୧, କେନ୍ଦ୍ରାପଡାରୁ ୭୭, ସୁନ୍ଦରଗଡରୁ ୬୬, ଭଦ୍ରକରୁ ୬୬, ନୟାଗଡରୁ ୫୯, ଅନୁଗୁଳରୁ ୫୭, କେନ୍ଦୁଝରରୁ ୫୬, ଢେଙ୍କାନାଳରୁ ୪୪, କୋରାପୁଟରୁ ୨୩, ମାଲକାନଗିରିରୁ ୨୦, କନ୍ଧମାଳରୁ ୧୮, ରାୟଗଡାରୁ ୧୮, ସମ୍ବଲପୁରରୁ ୧୬, ବରଗଡରୁ ୧୫, ଗଞ୍ଜାମରୁ ୧୨, ବୌଦ୍ଧରୁ ୧୧, ନବରଙ୍ଗପୁରରୁ ୧୧, ସୋନପୁରରୁ ୮, ଝାରସୁଗୁଡାରୁ ୮, ଗଜପତିରୁ ୬, ବଲାଙ୍ଗିରରୁ ୭, ନୂଆପଡାରୁ ୭, ଦେବଗଡରୁ ୩ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏଯାଏଁ ୯ ଲକ୍ଷ ୪୯ ହଜାର ୯୨୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ ୯ ଲକ୍ଷ ୨୩ ହଜାର ୨୦୯ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ୨୧ ହଜାର ୭୪୨ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

Comments are closed.