କର୍ଣ୍ଣାଟକ ବିଜେପିରେ ସଙ୍କଟ: ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ୟେଦିୟୁରପ୍ପା, ଇସ୍ତଫା ଦେବାକୁ ପ୍ରସ୍ତାବ ଦେଲେ

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଜେପିରେ ଆନ୍ତଃ କନ୍ଦଳ ମଧ୍ୟରେ ଆଜି ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପା ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି । ସେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ କୁଆଡେ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଛନ୍ତି ।
ସେପଟେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ଓ ୟେଦିୟୁରପ୍ପାଙ୍କ ମଧ୍ୟରେ ରାଜ୍ୟରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଉପରେ ଆଲୋଚନା ହୋଇଥିଲା ।

ଦଳ ଭିତରେ ଅସନ୍ତୋଷ ମଧ୍ୟରେ ପୁଅ ବିଜେୟେନ୍ଦ୍ରଙ୍କ ସହ ୭୮ ବର୍ଷୀୟ ୟେଦିୟୁରପ୍ପା ଏକ ସ୍ପେଶାଲ ଫ୍ଲାଇଟ୍‌ରେ ଗତକାଲି ଦିଲ୍ଲୀ ଯାତ୍ରା କରିଥିଲେ । ଦିଲ୍ଲୀ ଯିବା ପୂର୍ବରୁ ତାଙ୍କ ନେତୃତ୍ୱ ପ୍ରତି ବିପଦ ଥିବା କଥାକୁ ୟେଦିୟୁରପ୍ପା ହସରେ ଉଡ଼ାଇ ଦେଇଥିଲେ ।

ବେଶ୍ କିଛି ମାସ ଧରି କର୍ଣ୍ଣାଟକ ବିଜେପିରେ ଅସନ୍ତୋଷ ବଢ଼ି ଚାଲିଛି । ଅନେକ ନେତା ୟେଦିୟୁରପ୍ପାଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ କରିଛନ୍ତି । ଏନେଇ ଦଳର କେନ୍ଦ୍ରୀୟ ନେତୃବର୍ଗ ଅସନ୍ତୁଷ୍ଟ ନେତାଙ୍କୁ ତାଗିଦ୍ ନ କରିବା ୟେଦିୟୁରପ୍ପାଙ୍କ ପ୍ରତି ଦଳର ଆସ୍ଥା ତୁଟିଥିବା ସ୍ପଷ୍ଟ ହେଉଛି ।

Comments are closed.