ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି, ତିନି ରଥରେ ଲାଗି ହେଲା ଆଜ୍ଞାମାଳ

ପୁରୀ- ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ତିନି ରଥରେ ଲାଗି ହୋଇଛି ଆଜ୍ଞାମାଳ । ଆଜି ରଥକୁ ଦକ୍ଷିଣ ମୋଡ କରାଯିବ । ତିନି ରଥର ଯାଂଚ କାର୍ଯ୍ୟ ଶେଷ ହୋଇଛି । ବାହୁଡା ଯାତ୍ରା ପାଇଁ ପୁରୀ ସହରରେ ପୁଣି କର୍ଫ୍ୟୁ ଜାରି କରାଯିବ । ସୋମବାର ରାତି ୮ଟାରୁ ଏହି କର୍ଫ୍ୟୁ ଲଗାଯିବା ନେଇ ନିଷ୍ପତ୍ତି ହୋଇଛି । ବାହୁଡା ସମୟରେ କର୍ଫ୍ୟୁକୁ କଡାକଡି ଭାବେ ପାଳନ କରାଯିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି ।

Comments are closed.