ଓଡିଶା ଷ୍ଟେଟ୍ ୱାଇଡ୍ ଏରିଆ ନେଟୱର୍କ ପ୍ରକଳ୍ପର ଅପଗ୍ରେଡେସନ ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ

ଭୁବନେଶ୍ୱର- ଓଡିଶା ଷ୍ଟେଟ୍ ୱାଇଡ୍ ଏରିଆ ନେଟୱର୍କ –ଓଏସଡବବ୍ଲୁଏଏନ୍ ପ୍ରକଳ୍ପର ଅପଗ୍ରେଡେସନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ରାଜ୍ୟକୁ ଏକ ମୌଳିକ ସୂଚନା ପ୍ରଯୁକ୍ତି ବିଦ୍ୟା ଭିତ୍ତି ଯୋଗାଇବା ପାଇଁ ଓଡିଶା ଷ୍ଟେଟ୍ ୱାଇଡ୍ ଏରିଆ ନେଟୱର୍କ ଏକ ଉଚ୍ଚାଭିଳାଷୀ ପ୍ରକଳ୍ପ । ଏହା ତଥ୍ୟ, ଭିଡିଓ ଏବଂ ଭଏସ ଗ୍ରାଫିକର ପରିବହନ ପାଇଁ ବ୍ୟବହାର କରାଯାଇଥାଏ । ରାଜ୍ୟ ମଧ୍ୟରେ ଆନ୍ତଃ ଓ ଅନ୍ତଃ ବିଭାଗୀୟ ଯୋଗାଯୋଗ ତଥା ତଥ୍ୟ ବଂଟନକୁ ସହଜ କରିଥାଏ । ତେଣୁ ଏହାର ଅପ୍ ଗ୍ରେଡେସନ ପାଇଁ ପୁରୁଣା ଉପକରଣ ବଦଳାଇବା ଆବଶ୍ୟକ ହେଉଥିଲା । ଏହି ଅପଗ୍ରେଡେସେନରେ ରାଜ୍ୟ ହେଡ କ୍ୱାର୍ଟର୍ସ, ୩୦ ଜିଲ୍ଲା ହେଡ କ୍ୱାର୍ଟର ଓ ୩୧୪ ବ୍ଲକ ହେଡ କ୍ୱାର୍ଟରର ବ୍ୟାଣ୍ଡୱିଥ୍ ବୃଦ୍ଧି, ଲୋଡ୍ ବଂଟନ ଓ ସଂଯୋଗର ଉଚ୍ଚ ଉପଲବ୍ଧତା ପାଇଁ ସେକେଣ୍ଡାରୀ ବ୍ୟାଣ୍ଡୱିଥ୍ ଯୋଗାଇବାର ଯୋଜନା ରହିଛି ।

ଓଡିଶା ଷ୍ଟେଟ୍ ୱାଇଡ୍ ଏରିଆ ନେଟୱର୍କ ଅପଗ୍ରେଡେସେନରେ ଉନ୍ନତ ନିର୍ଭରଯୋଗ୍ୟ ଓ ସୁରକ୍ଷିତ ସଂଯୋଗ ପାଇଁ ଏଥିରେ ମଲ୍ଟି ପ୍ରୋଟକଲ ଲେବଲ ସୁଇଚ ଟେକ୍ନୋଲୋଜିର ବ୍ୟବହାର ପାଇଁ ଯୋଜନା ରହିଛି । ଅପଗ୍ରେଡେସନ ସହିତ ପାଂଚ ବର୍ଷ ପାଇଁ ଏହାର ଅପରେସନ ଓ ରକ୍ଷଣାବେକ୍ଷଣର ଆନୁମାନିକ ପ୍ରୋଜେକ୍ଟ ମୂଲ୍ୟ ୩୩୨ ଦଶମିକ ୯ କୋଟି ଟଙ୍କା ।

Comments are closed.