କ୍ୟାବିନେଟ ବୈଠକରେ ୧୫ଟି ପ୍ରସ୍ତାବକୁ ମଞ୍ଜୁରୀ, ସିଇଟି କଲେଜ ହେବ ଏକକ ବିଶ୍ୱବିଦ୍ୟାଳୟ, ଓଏସଡବ୍ଲୁଏଏନ୍ ପ୍ରକଳ୍ପର ହେବ ଅପଗ୍ରେଡେସନ

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ୧୫ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ଭୁବନେଶ୍ୱର ସିଇଟି କଲେଜକୁ ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିବ । ଓଡିଶା ୟୁନିଭର୍ସିଟି ଅଫ ଟେକନୋଲୋଜି ଆଣ୍ଡ୍ ରିସର୍ଚ୍ଚ- ଓୟୁଟିଆର୍ ଢାଂଚାରେ ଏକକ ବିଶ୍ୱବିଦ୍ୟାଳୟ ହେବ ସିଇଟି କଲେଜ ।

କେନ୍ଦୁଝର, ସୁନ୍ଦରଗଡ ଓ କଟକରେ ମେଗା ପାଇପ୍ ପାନୀୟ ଜଳ ପ୍ରକଳ୍ପ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟର ମଞ୍ଜୁରୀ ମିଳିଛି । ଡୁଡୁକା-ଗୋପାଳପୁର-ଟୋପାରିଆ ରାସ୍ତା ୨ ଲେନ୍ ପାଇଁ ପ୍ରସ୍ତାବ ମଧ୍ୟ ଅନୁମୋଦିତ ହୋଇଛି । ଏଥିରେ ଖର୍ଚ୍ଚ ହେବ ୧୦୨ ଦଶମିକ ୬୫ କୋଟି ଟଙ୍କା । ଏହାଦ୍ୱାରା କଟକ ଜିଲ୍ଲାର ଆଠଗଡ, ତିଗିରିଆ, ବାଙ୍କୀ ଓ ଟାଙ୍ଗୀ-ଚୌଦ୍ୱାର ଲୋକେ ଉପକୃତ ହେବେ ।

ଓଡିଶା ଷ୍ଟେଟ୍ ୱାଇଡ୍ ଏରିଆ ନେଟୱର୍କ –ଓଏସଡବ୍ଲୁଏଏନ୍ ପ୍ରକଳ୍ପର ଅପଗ୍ରେଡେସନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିଛି ।

ରାଜ୍ୟକୁ ଏକ ମୌଳିକ ସୂଚନା ପ୍ରଯୁକ୍ତି ବିଦ୍ୟା ଭିତ୍ତି ଯୋଗାଇବା ପାଇଁ ଓଡିଶା ଷ୍ଟେଟ୍ ୱାଇଡ୍ ଏରିଆ ନେଟୱର୍କ ଏକ ଉଚ୍ଚାଭିଳାଷୀ ପ୍ରକଳ୍ପ । ଏହା ତଥ୍ୟ, ଭିଡିଓ ଏବଂ ଭଏସ ଗ୍ରାଫିକର ପରିବହନ ପାଇଁ ବ୍ୟବହାର କରାଯାଇଥାଏ । ରାଜ୍ୟ ମଧ୍ୟରେ ଆନ୍ତଃ ଓ ଅନ୍ତଃ ବିଭାଗୀୟ ଯୋଗାଯୋଗ ତଥା ତଥ୍ୟ ବଂଟନକୁ ସହଜ କରିଥାଏ । ତେଣୁ ଏହାର ଅପ୍ ଗ୍ରେଡେସନ ପାଇଁ ପୁରୁଣା ଉପକରଣ ବଦଳାଇବା ଆବଶ୍ୟକ ହେଉଥିଲା ।

Comments are closed.