କୋରୋନା ଲକ୍ଷଣ ଦେଖାଗଲେ ବି ଲୋକେ ଟେଷ୍ଟିଂ କରୁନାହାନ୍ତି : ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- କୋରୋନାର ଲକ୍ଷଣ ଦେଖାଗଲେ ମଧ୍ୟ ଅନେକ ଲୋକ ଟେଷ୍ଟ ପାଇଁ ଆସୁନାହାନ୍ତି । ଏଥିଯୋଗୁଁ କଂଟ୍ରାକ୍ଟ ଟ୍ରେସିଂ ହୋଇପାରୁନାହିଁ ଓ ଅନେକ ମାମଲା ଲୁଚି ରହିଯାଉଛି । ସର୍ଭେଲାନ୍ସ କରି ହିଡେନ କେସ ବାହାର କଲେ ସଂକ୍ରମଣ ରୋକିହେବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ଅଗଷ୍ଟ ମାସ ଯାଏଁ ସର୍ଭେଲାନ୍ସ ଜାରି ରହିବ । ଆଶାକର୍ମୀଙ୍କ ଦ୍ୱାରା ସର୍ଭେରେ ୧ ଲକ୍ଷରୁ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି । କଟକ, ଭୁବନେଶ୍ୱର, ବାଲେଶ୍ୱର ଓ ବାରିପଜା ଫୋକସରେ ରହିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

Comments are closed.