ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ସୋମବାର ଠାରୁ ଆରମ୍ଭ ହେଉଥିବା ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ ଏକ ସର୍ବଦଳୀୟ ବୈଠକ କରିଛନ୍ତି। ଏହି ବୈଠକ ପ୍ରାୟ ଅଢେଇ ଘଣ୍ଟା ଧରି ଚାଲିଥିଲା ​​ଯେଉଁଥିରେ ବିରୋଧୀ ଦଳଙ୍କୁ ସହଯୋଗ କରିବାକୁ ସରକାର ଅନୁରୋଧ କରିଥିଲେ। ଆସନ୍ତାକାଲି ଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ, ଯାହା ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପରେ ମଧ୍ୟ ଆଲୋଚନା ହେବା ସହ ପାରିତ କରାଯିବା ସମ୍ଭାବନା ରହିଛି ।

ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ, ଲୋକସଭାରେ କଂଗ୍ରେସର ନେତା ଅଧୀର ରଂଜନ ଚୌଧୁରୀ, ଟିଏମସି ସାଂସଦ ଡେରେକ ଓ’ବ୍ରାଇନ୍ ଯୋଗ ଦେଇଥିଲେ। ଗୃହକାର୍ଯ୍ୟ ସୁରୁଖୁରୁରେ ଯେପରି ଚାଲିବ ତାହା ସୁନିଶ୍ଚିତ କରିବା ପାଇଁ ଅଧିବେଶନ ଆରମ୍ଭ ପୂର୍ବରୁ ଏହିପରି ସର୍ବଦଳୀୟ ବୈଠକ ଡକାଯାଏ | ଏହାପୂର୍ବରୁ ରାଜ୍ୟସଭା ଅଧ୍ୟକ୍ଷ ଏମ.ଭେଙ୍କୟା ନାଇଡୁ ତାଙ୍କ ସରକାରୀ ବାସଭବନରେ ବିଭିନ୍ନ ରାଜନୈତିକ ଦଳ ସହ ଏକ ବୈଠକ କରିଥିଲେ। ମୌସୁମୀ ଅଧିବେଶନ ୧୯ ଜୁଲାଇରୁ ଆରମ୍ଭ ହୋଇ ୧୩ ଅଗଷ୍ଟରେ ଶେଷ ହେବ ।

Comments are closed.