ଶ୍ରୀବଳଭଦ୍ରଙ୍କ ରଥରେ ଚଢି ଫଟୋ ସେଲଫି ନେଇଥିବା ଦୁଇ ଯୁବକଙ୍କ ଫଟୋ ଭାଇରାଲ୍

ପୁରୀ- ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥରେ ଚଢି ଦୁଇ ଯୁବକ ସେଲଫି ନେଇଥିବା ଫଟୋ ଭାଇରାଲ୍ ହୋଇଛି । ବଳଭଦ୍ରଙ୍କ ସିଂହାସନ ନିକଟରେ ବସି ଦୁଇ ଯୁବକ ଫଟୋ ନେଇଛନ୍ତି । ରଥର ସାରଥୀଙ୍କ ସହ ମଧ୍ୟ ଫଟୋ ଉଠାଇଛନ୍ତି । ଏମାନେ ସେବାୟତ ତା ଆଉ କିଏ , ତାହା ଜଣା ପଡିନାହିଁ । ଘଟଣାର ଖୋଳତାଡ ଚାଲିଛି ।

Comments are closed.