ପ୍ରିୟଙ୍କା ହତ୍ୟା ମାମଲା : ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ହସପିଟାଲରୁ ଡିସଚାର୍ଜ, ପୋଲିସ କରିବ ଜେରା

ଭୁବନେଶ୍ୱର- ଭୁବନେଶ୍ୱର ଭୀମଟାଙ୍ଗୀ ହାଉସିଂ ବୋର୍ଡରେ ପ୍ରିୟଙ୍କା ସାହୁ ଓରଫ ପିଙ୍କି ହତ୍ୟା ଘଟଣାରେ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ଏମସରୁ ଡିସଚାର୍ଜ ହୋଇଛନ୍ତି । ତାଙ୍କୁ ଏହି ମାମଲାରେ ପୋଲିସ ଅଧିକ ଜେରା କରିବ । ଜେରା ପରେ ତାଙ୍କୁ କୋର୍ଟ ଚାଲାଣ କରିବ ପୋଲିସ । ଗତ ୫ ତାରିଖରେ ବିବାହିତା ଓ ଗୋଟିଏ ସନ୍ତାନର ମାଆ ପ୍ରିୟଙ୍କାଙ୍କୁ ତାଙ୍କ ଘରେ ପଶି ହତ୍ୟା କରିଥିଲେ ଜଗନ୍ନାଥ । ପରେ ସେ ଆତ୍ମହତ୍ୟା ପାଇଁ ଉଦ୍ୟମ କରି ୨ ହାତର ଶିରା କାଟିଦେଇଥିଲେ । ତାଙ୍କୁ ଗୁରୁତର ଆହତ ଅବସ୍ଥାରେ ହସପିଟାଳରେ ଭର୍ତ୍ତି କରାଯାଇଥିଲା । ପୋଲିସ ଏ ଯାଏଁ ଯୋଗାଡ କରିଥିବା ପ୍ରମାଣରେ ଜଗନ୍ନାଥ ହିଁ ପ୍ରିୟଙ୍କାଙ୍କୁ ହତ୍ୟା କରିଥିବା ସ୍ପଷ୍ଟ ହେଉଛି ।

Comments are closed.