ଭାରତ ଆସିବେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍

ନୂଆଦିଲ୍ଲୀ: ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଜୁଲାଇ ୨୭-୨୮ରେ ଭାରତ ଗସ୍ତରେ ଆସିବେ। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସେ ତାଙ୍କ ପ୍ରତିପକ୍ଷ ତଥା ଭାରତୀୟ ଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଭେଟିବେ। ଏହାଛଡ଼ା ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଭେଟିବାର ସମ୍ଭାବନା ରହିଛି। ଆମେରିକାର ବୈଦେଶିକ ସଚିବ ଭାବରେ ବ୍ଲିଙ୍କେନଙ୍କ ଏହା ପ୍ରଥମ ଭାରତ ଗସ୍ତ ହେବ।

ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଚତୁଃରାଷ୍ଟ୍ରୀୟ ଗୋଷ୍ଠୀର ନେତାଙ୍କ ଶାରୀରିକ ଉପସ୍ଥିତିରେ ଚଳିତ ବର୍ଷ ଶେଷରେ ୱାଶିଂଟନରେ ଏକ ଶିଖର ସମ୍ମିଳନୀ ପାଇଁ ଭିତ୍ତି ତିଆରି କରିବା । ଭାରତ, ଜାପାନ, ଅଷ୍ଟ୍ରେଲିଆ ଏବଂ ଆମେରିକା ଏହି ଚତୁଃରାଷ୍ଟ୍ରୀୟ ଗୋଷ୍ଠୀର ସଦସ୍ୟ।

ଭାରତ-ପ୍ରଶାନ୍ତ ଅଞ୍ଚଳରେ ବ୍ୟବହାରିକ ସହଯୋଗକୁ ପ୍ରୋତ୍ସାହିତ କରିବା ସହିତ ଚତୁଃରାଷ୍ଟ୍ରୀୟ ନେତାଙ୍କ ଉପସ୍ଥିତିରେ ଆମେରିକା ଏକ ଶିଖର ସମ୍ମିଳନୀ ଆୟୋଜନ କରିବାକୁ ବିଚାର କରୁଛି ।

Comments are closed.