କରୋନା ମହାମାରୀର ପ୍ରଥମ ୧୪ ମାସରେ ଭାରତର ୧ ଲକ୍ଷ ୧୯ ହଜାର ପିଲା ପିତାମାତାଙ୍କୁ ହରାଇଛନ୍ତି

ନୂଆଦିଲ୍ଲୀ: କରୋନା ମହାମାରୀର ପ୍ରଥମ ୧୪ ମାସ ମଧ୍ୟରେ ଭାରତର ୧,୧୯,୦୦୦ ପିଲାଙ୍କ ସମେତ ୨୧ଟି ଦେଶରେ ୧୫ ଲକ୍ଷରୁ ଉର୍ଦ୍ଧ୍ବ ଶିଶୁ ସେମାନଙ୍କ ପିତାମାତା ତଥା ଜଣେ ଅଭିଭାବକଙ୍କୁ ହରାଇଛନ୍ତି ।

ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଡ୍ରଗ୍ ମିସୟୁଜ୍ (ଏନ୍ଆଇଡିଏ) ଏବଂ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ (ଏନ୍ଆଇଏଚ୍) ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ କୁହାଯାଇଛି ଯେ ଭାରତରେ ୨୫,୫୦୦ ପିଲା କୋଭିଡ୍-୧୯ରେ ନିଜ ମା’ଙ୍କୁ ହରାଇଥିବାବେଳେ ୯୦,୭୫୧ ପିଲା ପିତାଙ୍କୁ ହରାଇଛନ୍ତି ଏବଂ ୧୨ ପିଲା ଉଭୟ ମା’ବାପାଙ୍କୁ ହରାଇଛନ୍ତି। ଏହି ଅଧ୍ୟୟନ ଅନୁଯାୟୀ, ବିଶ୍ଵବ୍ୟାପୀ ୧୧,୩୪,୦୦୦ ପିଲା କୋଭିଡ୍-୧୯ ଯୋଗୁଁ ସେମାନଙ୍କ ଲାଳନପାଳନ କରୁଥିବା ପିତାମାତା କିମ୍ବା ଅଭିଭାବକ / ଜେଜେବାପା / ଅଜାଆଇଙ୍କୁ ହରାଇଛନ୍ତି। ସେଥିମଧ୍ୟରୁ ୧୦,୪୨,୦୦୦ ପିଲା ନିଜ ମା, ବାପା କିମ୍ବା ଉଭୟଙ୍କୁ ହରାଇଛନ୍ତି | ଅଧିକାଂଶ ପିଲା ପିତାମାତାଙ୍କ ମଧ୍ୟରୁ ଜଣକୁ ହରାଇଛନ୍ତି |

Comments are closed.