ରାଜ୍ୟରେ ଦେଢ କୋଟି ଟପିଲା କୋଭିଡ ଟିକାକରଣ, ସ୍ୱାସ୍ଥ୍ୟକର୍ମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର – କୋଭିଡ ଟିକାକରଣରେ ଆଉ ପାଦେ ଆଗେଇଛି ଓଡିଶା । ରାଜ୍ୟରେ ଟିକାକରଣ ଦେଢ କୋଟି ଟପିଛି । ସମ୍ମୁଖଭାଗ କୋଭିଡ ଯୋଦ୍ଧାଙ୍କ ସମେତ ଅନ୍ୟ ଯୋଗ୍ୟ ହିତାଧିକାରୀଙ୍କୁ ଟିକା ଦିଆଯାଇଛି । ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟକର୍ମୀଙ୍କ ପରିଶ୍ରମ ଓ ନିଷ୍ଠାକୁ ପ୍ରଶଂସା କରିଛନ୍ତି । ଟିକାକରଣ କରି ମୂଲ୍ୟବାନ ଜୀବନ ବଂଚାଇବାରେ ସେମାନଙ୍କ ଅବଦାନ ଉଲ୍ଲେଖନୀୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments are closed.