ମାଟ୍ରିକ ଇଂପ୍ରୁଭମେଂଟ ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ର ଚୂଡାନ୍ତ

ଭୁବନେଶ୍ୱର- ମାଟ୍ରିକ ଇଚ୍ଛାଧୀନ ବିକଳ୍ପ ଉନ୍ନତି ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ର ସ୍ଥିର ହୋଇଛି । ୫୦୪ଟି କେନ୍ଦ୍ରରେ ପରୀକ୍ଷା ଦେବେ ୧୫ ହଜାର ୧୫୧ ଛାତ୍ରଛାତ୍ରୀ । ୬ ହଜାର ୫୯୭ ରେଲଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ୨୭୮ଟି କେନ୍ଦ୍ର ଓ ରାଜ୍ୟ ମୁକ୍ତ ବିଦ୍ୟାଳୟର ୮ ହଜାର ୪୯୩ ପରୀକ୍ଷାର୍ଥୀଙ୍କ ପାଇଁ ୨୨୨ଟି କେନ୍ଦ୍ର । ମଧ୍ୟମା ଶ୍ରେଣୀର ୬୧ ପରୀକ୍ଷାର୍ଥୀଙ୍କ ପାଇଁ ହୋଇଛି ୪ଟି କେନ୍ଦ୍ର । ବୋର୍ଡେ ୱେବସାଇଟ୍‌ରୁ ଡାଉନଲୋଡ୍ କରିହେବ ଆଡମିଟ୍ କାର୍ଡ । ଜୁଲାଇ ୩୦ରୁ ଅଗଷ୍ଟ ୫ ଯାଏଁ ରାଜ୍ୟରେ ଚାଲିବ ମାଟ୍ରିକ ଉନ୍ନତି ପରୀକ୍ଷା ।

Comments are closed.