ଭାରତରେ ଖୁବଶୀଘ୍ର ଡିଜିଟାଲ ମୁଦ୍ରା ଆଣିବ ଭାରତୀୟ ରିଜର୍ଭ ବ୍ୟାଙ୍କ୍

ନୂଆଦିଲ୍ଲୀ: ଭାରତରେ ଖୁବଶୀଘ୍ର ଡିଜିଟାଲ ମୁଦ୍ରା ପ୍ରଚଳନ ହୋଇପାରେ | ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଭାରତରେ ନିଜସ୍ଵ କେନ୍ଦ୍ରୀୟ ବ୍ୟାଙ୍କ୍ ଡିଜିଟାଲ ମୁଦ୍ରା (ସିବିଡିସି) ଆଣିବାକୁ ଚିନ୍ତା କରୁଛି। ଆରବିଆଇ ଡେପୁଟି ଗଭର୍ଣ୍ଣର ଟି.ରବି ଶଙ୍କର ଏହି ସୂଚନା ଦେଇଛନ୍ତି । ଟି.ରବିଶଙ୍କର କହିଛନ୍ତି ଯେ ଯୋଜନା ଅନୁଯାୟୀ ପର୍ଯ୍ୟାୟକ୍ରମେ ଭାରତରେ ଡିଜିଟାଲ୍ ମୁଦ୍ରା ଆସେଟ୍ ଆଣିବାକୁ ଆରବିଆଇ ବିଚାର କରୁଛି । କ୍ରିପ୍ଟୋକରେନ୍ସି ପରି ଅନ୍ୟ ବେସରକାରୀ ଡିଜିଟାଲ୍ ସମ୍ପତ୍ତି ବଦଳରେ ଲୋକଙ୍କୁ ସିବିଡିସି ବିକଳ୍ପ ମିଳିବ । ସେ କହିଛନ୍ତି ଯେ ବାସ୍ତବରେ ଏହା ଭର୍ଚୁଆଲ୍ ମୁଦ୍ରାର ଏକ ବୈଧ ସ୍ବରୂପ ହେବ। ତଥାପି ସିଡିବିସି କ’ଣ ଏବଂ ଏହା କିପରି କାମ କରେ ଏବଂ ଏହା ଉପରେ ଆରବିଆଇର ସ୍ଥିତି ଜାଣିବା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି ।

କେନ୍ଦ୍ରୀୟ ବ୍ୟାଙ୍କ ଦ୍ୱାରା ଜାରି ଏକ ବୈଧ ଟେଣ୍ଡର ହେବ ସିବିଡିସି । ଏହାର କାର୍ଯ୍ୟ କ୍ରେଡିଟ୍ ଆଧାରିତ ମୁଦ୍ରା ଅର୍ଥାତ୍ ବର୍ତ୍ତମାନର ଟଙ୍କା ସହିତ ସମାନ ହେବ । କେବଳ ଏତିକି ପାର୍ଥକ୍ୟ ହେବ ଯେ ଏହା ଭୌତିକ ଫର୍ମାଟ ପରିବର୍ତ୍ତେ ଏହା କେବଳ ଡିଜିଟାଲ୍ ଫର୍ମାଟରେ ଉପଲବ୍ଧ ହେବ । ଏହା ମଧ୍ୟ ଧ୍ୟାନ ଦେବା ଆବଶ୍ୟକ ଯେ ଏହି କ୍ରିପ୍ଟୋକରେନ୍ସି ବିଟକଏନ୍ କିମ୍ବା ଇଥେରେମ୍ ପରି ସମ୍ପ୍ରତି ଚାଲୁଥିବା କ୍ରିପ୍ଟୋକରେନ୍ସି ଠାରୁ ସମ୍ପୂର୍ଣ୍ଣ ଭିନ୍ନ ହେବ । କ୍ରିପ୍ଟୋକରେନ୍ସି ଗୁଡିକ ଘରୋଇ କ୍ଷେତ୍ରର ଡିଜିଟାଲ୍ ମୁଦ୍ରା ହୋଇଥିବାବେଳେ ସିବିଡିସି ଭାରତ ସରକାରଙ୍କ କେନ୍ଦ୍ରୀୟ ବ୍ୟାଙ୍କ ତରଫରୁ ଆଇନସମ୍ମତ ଭାବେ ଜାରି କରାଯିବ। କ୍ରିପ୍ଟୋକରେନ୍ସି ବୈଧ ନୁହେଁ | ଶଙ୍କର କହିଛନ୍ତି ଯେ ଆରବିଆଇ ଭାଷାରେ
ବିଟକଏନ୍ ପରି କ୍ରିପ୍ଟୋକରେନ୍ସି ମୁଦ୍ରା ନୁହେଁ। ଏହା କୌଣସି ପ୍ରକାରେ ବାଧ୍ୟତାମୂଳକ କ୍ରେଡିଟ୍ ଆଧାରିତ ମୁଦ୍ରା ନୁହେଁ ।

Comments are closed.