କୋଭାକ୍ସିନ୍ ଟିକା ଯୋଗାଣ ନେଇ ବ୍ରାଜିଲର ଦୁଇ କମ୍ପାନୀ ସହ ଚୁକ୍ତି ବାତିଲ କଲା ଭାରତ ବାୟୋଟେକ୍

ନୂଆଦିଲ୍ଲୀ: ଡ୍ରଗ୍ ନିର୍ମାତା ଭାରତ ବାୟୋଟେକ୍ ଶୁକ୍ରବାର ବ୍ରାଜିଲର ଦୁଇଟି କମ୍ପାନୀ ସହିତ ଏହାର କୋଭିଡ୍-୧୯ ଟିକା ବିକ୍ରୟ ପାଇଁ ଚୁକ୍ତି ବାତିଲ କରିଥିବା ସୂଚନା ଦେଇଛି। ବ୍ରାଜିଲ ଓ ଭରତ ବାୟୋଟେକ୍ ମଧ୍ୟରେ ଭାରତରେ ପ୍ରସ୍ତୁତ କୋଭାକ୍ସିନର ୨୦ ମିଲିୟନ୍ ଡୋଜ ଯୋଗାଇବା ପାଇଁ ଏକ ଚୁକ୍ତି ହୋଇଥିଲା। କିନ୍ତୁ ଦୁର୍ନୀତି ଅଭିଯୋଗ ପରେ ପ୍ରେସିସା ମେଡିକାମେଣ୍ଟୋସ ଏବଂ ଏନଭିକ୍ସିଆ ଫାର୍ମାସ୍ୟୁଟିକାଲ୍ସ ସହିତ ୩୨.୪ କୋଟି ଚୁକ୍ତି ଶେଷ ହୋଇଛି |

ଭରତ ବାୟୋଟେକ ଆହୁରି ମଧ୍ୟ କହିଛି ଯେ ଟିକା ଅନୁମୋଦନ ପ୍ରକ୍ରିୟା ଶେଷ କରିବା ପାଇଁ ଆମେ ବ୍ରାଜିଲର ଔଷଧ ନିୟାମକ ‘ଆନଭିସା’ ସହ ଆଲୋଚନା ଜାରି ରଖିବୁ।

ସୂଚନାଯୋଗ୍ୟ, କ୍ରୟ ଚୁକ୍ତିରେ ଦୁର୍ନୀତି ଅଭିଯୋଗ ଆସିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଦୁର୍ନୀତି ଅଭିଯୋଗ ବ୍ରାଜିଲ ସରକାରଙ୍କୁ ବିବାଦ ଘେରକୁ ଟାଣିଥିଲା ଏବଂ ଚୁକ୍ତିରେ ହୋଇଥିବା ଅନିୟମିତତା ଘଟଣାର ତଦନ୍ତ ସୁପାରିଶ କରାଯାଇଥିଲା। କୋଭାକ୍ସିନକୁ କେନ୍ଦ୍ର କରି ସୃଷ୍ଟ ବିବାଦ ଦୃଷ୍ଟିରୁ ଭାରତ ବାୟୋଟେକ ସହିତ ଚୁକ୍ତି ସ୍ଥଗିତ ରଖିବାକୁ ବ୍ରାଜିଲ ସ୍ବାସ୍ଥ୍ୟ ମନ୍ତ୍ରୀ ଘୋଷଣା କରିଥିଲେ । ତେବେ ଭାରତ ବାୟୋଟେକ ଟିକା କିଣା ଚୁକ୍ତିରେ କୌଣସି ଅନିୟମିତତାକୁ ଅସ୍ୱୀକାର କରିଥିଲା।

Comments are closed.