ଟୋକିଓ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ପଦକ, ଭାରୋତ୍ତୋଳନରେ ମୀରାବାଈ ଜିତିଲେ ରୌପ୍ୟ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତ ପ୍ରଥମ ପଦକ ଜିତିଛି। ଭାରୋତ୍ତୋଳନକାରୀ ମୀରାବାଈ ଚାନୁ ଦେଇଛନ୍ତି ଭାରତକୁ ପ୍ରଥମ ପଦକ । ମହିଳା ୪୯ କିଲୋଗ୍ରାମ ଓଜନ ବର୍ଗରେ ମୋଟ ୨୦୨ କିଲୋଗ୍ରାମ ଉଠାଇ ମୀରାବାଈ ରୌପ୍ୟ ପଦକ ଜିତିଛନ୍ତି। ଏହି ଇଭେଣ୍ଟରେ ଚାଇନାର ହୁ ଜିହୁଇ ୨୧୦ କିଲୋଗ୍ରାମ ଉଠାଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଇଣ୍ଡୋନେସିଆର କାଣ୍ଟିକା ୱିଣ୍ଡି ବ୍ରୋଞ୍ଜ ଜିତିଛନ୍ତି।
କର୍ଣ୍ଣମ ମଲ୍ଲେଶ୍ବରୀଙ୍କ ପରେ ମୀରାବାଈ ଭାରତର ଦ୍ଵିତୀୟ ଭାରୋତ୍ତୋଳକ ଭାବେ ଅଲିମ୍ପିକ୍ କ୍ରୀଡ଼ାରେ ପଦକ ଜିତିଛନ୍ତି । ମଲ୍ଲେଶ୍ବରୀ ୨୦୦୦ ସିଡନୀ ଅଲିମ୍ପିକ୍ ରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ ।

Comments are closed.