କଟକ ବାରବାଟି ଦୁର୍ଗକୁ ନବୀକରଣ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ସଂସଦ ସସ୍ମିତ ପାତ୍ର ଓ ସୁବାସ ସିଂହ

ନୂଆଦିଲ୍ଲୀ: ଗତ ଶୁକ୍ରବାର ଦିଲ୍ଲୀଠାରେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜି.କିଷାନ ରେଡ୍ଡିଙ୍କୁ ରାଜ୍ୟସଭାର ଡେପୁଟି ଲିଡର ସାଂସଦ ଡ. ସସ୍ମିତ ପାତ୍ର ଓ ସାଂସଦ ସୁବାସ ସିଂହ ସାକ୍ଷାତ୍ କରି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।

କଟକର ହଜାର ବର୍ଷର ଗର୍ବ ଓ ଗୌରବର ଐତିହକୁ ବହନକରି ବାରବାଟି ଦୁର୍ଗ-ଗଡଖାଇ ଏକ ଐତିହାସିକ ସ୍ମାରକି ହୋଇ ରହିଆସିଛି । ଏକାଦଶ ଶତାବ୍ଦରେ କଟକର ମହାନଦୀ–କାଠଯୋଡ଼ି ସଙ୍ଗମ ସ୍ଥଳରେ ଚାରିପାଖରେ ହ୍ରଦଥାଇ ଏକ ଦୁର୍ଗ ଭାବରେ ୯ ମହଲା ରାଜଧାନୀ ଭାବରେ କାର୍ଯ୍ୟକରି ଆସୁଥିଲା । କଟକ ବାରବାଟି ଦୁର୍ଗର ନବୀକରଣ ଓ ଉନ୍ନତି କରଣପାଇଁ ୨୦୦୮ ଓ ୨୦୦୯ ମସିହାରେ କେନ୍ଦ୍ରସରକାର ଙ୍କ Urban Infrastructure Devlopment Scheme for Small and Middium town programme ଯୋଜନା ମାଧ୍ୟମରେ କେନ୍ଦ୍ର ସରକାର ଏହି ଯୋଜନା ରେ ୧୭କୋଟି ୨୫ଲକ୍ଷ ଟଙ୍କା ବ୍ୟୟବରାଦ କରି ବାରବାଟି ଦୁର୍ଗର ଚାରି ପଟ ହ୍ରଦକୁ ଖନନ କରି ଏହାର ପୁନଃନିର୍ମାଣ ତଥା ସୌନ୍ଦର୍ଯ୍ୟକରଣ କରିବା ଓ ଏହାର ଭିତିଭୂମିର ଉନ୍ନତିକରଣ କରାଯାଇ ଏହାକୁ ଏକ ସ୍ମାରକୀ ଭାବରେ ସମଗ୍ର ଦେଶବାସୀଙ୍କୁ ଆକର୍ଷିତ କରିବା ପାଇଁ ଭାରତୀୟ ପ୍ରତ୍ନତତ୍ୱ ବିଭାଗ ଜରିଆରେ ପୂର୍ଣ୍ଣାଙ୍ଗ କରିବା ପାଇଁ ନିଷ୍ପତି ନେଇଥିଲେ ।

୨୦୦୭ – ୦୯ ମସିହା ରେ କେନ୍ଦ୍ର ସରକାର ଏହି ଯୋଜନା ରେ ୧୭କୋଟି ୨୫ ଲକ୍ଷ ଟଙ୍କା ବ୍ୟୟବରାଦ କରି ବାରବାଟି ଦୁର୍ଗର ଚାରି ପଟ ହ୍ରଦ କୁ ଖନନ କରି ଏହାର ପୁନନିର୍ମାଣ ତଥା ସୌନ୍ଧର୍ଯ୍ୟକରଣ କରିବା ଓ ଏହାର ଭିତିଭୂମିର ଉନ୍ନତିକରଣ କରାଯାଇ ଏହାକୁ ଏକ ସ୍ମାରକୀ ଭାବରେ ସମଗ୍ର ଦେଶବାସୀଙ୍କୁ ଆକର୍ଷିତ କରିବା ପାଇଁ ଭାରତୀୟ ପ୍ରତ୍ନତତ୍ବ ବିଭାଗ ଜରିଆରେ ପୂର୍ଣ୍ଣାଙ୍ଗ କରିବା ପାଇଁ ନିଷ୍ପତି ନେଇଥିଲେ । କଟକ ମୁନିସପାଲ କର୍ପୋରେସନ୍ କୁ କିଛି କାର୍ଯ୍ୟ ସମ୍ପାଦନ କରିବା ପାଇଁ ଦାୟୀତ୍ବ ଦିଆଯାଇଥିଲା । କଟକ ମୁନିସପାଲ କର୍ପୋରେସନ୍ ଏହାକୁ ପୁର୍ଣ୍ଣାଙ୍ଗ କରିବାପରେ ଏହାର ଅନ୍ୟକାର୍ଯ୍ୟ ଗୁଡିକୁ ଅଗ୍ରଗତି ପାଇଁ ନିବେଦନ କରି ଚିଠି ଲେଖିଲେ ମଧ୍ୟ ଏହାର ଅଗ୍ରଗତି ହୋଇପାରୁ ନାହିଁ । ଏହାର ଭିତିଭୂମି ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ଭାରତୀୟ ପ୍ରତ୍ନତତ୍ୱ ବିଭାଗ ଅବହେଳା କରି ଚାଲିଛି । ପ୍ରତ୍ନତତ୍ବ ବିଭାଗ ପାଖରେ ୧୪ କୋଟି ରୁ ଉଦ୍ଧ ଟଙ୍କା ଥିଲେ ମଧ୍ୟ ଏହି କାର୍ଯ୍ୟକୁ ତ୍ବରାନ୍ବିତ କରାଯାଉ ନାହିଁ କି ଏହାକୁ ପୁର୍ଣାଙ୍ଗ କରାଯାଉ ନାହିଁ ।

ଏହା ଏକ ଐତିହ ପ୍ରୋଜେକ୍ଟ ହୋଇଥିବା ରୁ ଏବଂ ଏହା ପ୍ରତ୍ନତତ୍ବ ବିଭାଗ ଦ୍ବାରା ନିଶିଦ୍ଧାଚଂଳ ହୋଇଥିବାରୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏହାର ଉନ୍ନତିକରଣ ପାଇଁ କୌଣସି ପଦକ୍ଷେପ ନେଇପାରୁ ନାହିଁ । ବାରବାଟି ଦୁର୍ଗ ଭିତରେ ଓଡିଶାର ଏକମାତ୍ର ଇନ୍‌ଡୋର ଷ୍ଟାଡିୟମ୍ , ସୋର୍ଟସ୍‌ ହଷ୍ଟେଲ ଓ ସତ୍ୟବ୍ରତ ଷ୍ଟାଡିୟମ୍ ରହିଛି ଯାହାଫଳରେ କଟକ ଓଡିଶାର ସୋର୍ଟସ୍ କ୍ୟାପିଟାଲ ଭାବରେ ପରିଚିତ । ଏହି କାର୍ଯ୍ୟର ବିଳମ୍ବତାକୁ ଦୂର କରିବା ପାଇଁ ରାଜ୍ୟ ସରକାର ଓ କଟକ ମୁନିସପାଲ କର୍ପୋରେସନ୍ ବାରମ୍ବାର ଅନୁରୋଧ କରିଆସୁଛି । ଏହି କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ସାଂସଦ ସୁବାସ ସିଂହ ଗତ ମାର୍ଚମାସ ସଂସଦ ଅବେଶନରେ ଉପସ୍ଥାପନା କରି ୩ ମାସ ଅତିକ୍ରାନ୍ତ ହୋଇଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଏହି କାର୍ଯ୍ୟ ଅଗ୍ରଗତି ହୋଇପାରିନାହିଁ । ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ରେଡ୍ଡି ଅଗ୍ରାଧକାର ଭିତିରେ ଏହି କାର୍ଯ୍ୟସମ୍ପାଦନ କରିବାକୁ ପ୍ରତିଶୃତି ଦେଇଥିଲେ ।

Comments are closed.