ଏମ୍ସ ମୁଖ୍ୟଙ୍କ ସୂଚନା, ସେପ୍ଟେମ୍ବରରୁ ଆରମ୍ଭ ହୋଇପାରେ ପିଲାଙ୍କ ଟିକାକରଣ

ନୂଆଦିଲ୍ଲୀ: ଭାରତରେ ପିଲାମାନଙ୍କ ପାଇଁ ଟୀକାକରଣ ଅଭିଯାନ ସେପ୍ଟେମ୍ବରରୁ ଆରମ୍ଭ ହୋଇପାରେ । ଏ ସମ୍ପର୍କରେ ସୂଚନା ଦେଇ ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ) ର ମୁଖ୍ୟ ଡଃ.ରଣଦୀପ ଗୁଲେରିଆ କହିଛନ୍ତି ଯେ କରୋନା ଶୃଙ୍ଖଳ ଭାଙ୍ଗିବା ପାଇଁ ପିଲାମାନଙ୍କୁ ଟୀକାକରଣ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇପାରେ। ଗୁଲେରିଆ କହିଛନ୍ତି, ମୋ ମତରେ ଜାଇଡସ୍ କାଡିଲା ନିଜ ଟିକା ପିଲାଙ୍କ ଉପରେ ସଫଳତାର ସହ ପରୀକ୍ଷା କରିଛନ୍ତି ଏବଂ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରିକୁ ଅପେକ୍ଷା କରିଛନ୍ତି। ଅଗଷ୍ଟ କିମ୍ବା ସେପ୍ଟେମ୍ବର ସୁଦ୍ଧା ପିଲାମାନଙ୍କ ଉପରେ ଭାରତ ବାୟୋଟେକ୍ ର କୋଭାକ୍ସିନ୍ ଟ୍ରାଏଲ୍ ମଧ୍ୟ ଶେଷ ହୋଇପାରିବ | ଅନ୍ୟପକ୍ଷରେ, ଫାଇଜର ଟିକା ଆମେରିକାର ନିୟାମକଙ୍କଠାରୁ ଜରୁରୀକାଳୀନ ଅନୁମୋଦନ ପାଇଛି। ତେଣୁ ଆମେ ଆଶା କରୁଛୁ ସେପ୍ଟେମ୍ବର ସୁଦ୍ଧା ପିଲାମାନଙ୍କୁ ଟୀକାକରଣ ଅଭିଯାନରେ ଆମେ ସଫଳ ହେବୁ ବୋଲି ଡଃ.ଗୁଲେରିଆ କହିଛନ୍ତି ।

Comments are closed.