ରାଜ୍ୟରେ ଆହୁରି ଖସିଲା ଦୈନିକ କୋରୋନା ସଂକ୍ରମଣ ଗ୍ରାଫ, ଦିନକରେ ୧୬୩୭ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ହ୍ରାସ ପାଇବାରେ ଲାଗିଛି ଦୈନିକ କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୧ ହଜାର ୬୩୭ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୯୪୯ ଓ ସ୍ଥାନୀୟ ଅଂଚଳରୁ ୬୮୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୩୬୦, କଟକରୁ ୨୫୦, ଅନୁଗୁଳରୁ ୧୦୦, ଜଗତସିଂହପୁରରୁ ୮୫, ଯାଜପୁରରୁ ୮୦, ପୁରୀରୁ ୭୮, ମୟୂରଭଞ୍ଜରୁ ୭୫, କେନ୍ଦ୍ରାପଡାରୁ ୭୬, ଭଦ୍ରକରୁ ୭୧, ସୁନ୍ଦରଗଡରୁ ୬୧, ବାଲେଶ୍ୱରରୁ ୫୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଢେଙ୍କାନାଳରୁ ୫୦, ନୟାଗଡରୁ ୩୯, କନ୍ଧମାଳରୁ ୩୬, କେନ୍ଦୁଝରରୁ ୧୮, ଗଞ୍ଜାମରୁ ୧୬, ନୂଆପଡାରୁ ୧୪, ରାୟଗଡାରୁ ୧୪, ସମ୍ବଲପୁରରୁ ୧୩, ସୋନପୁରରୁ ୧୧, ବରଗଡରୁ ୧୧, ବୌଦ୍ଧରୁ ୯, କୋରାପୁଟରୁ ୯, ମାଲକାନଗିରିରୁ ୯, ନବରଙ୍ଗପୁରରୁ ୯, ବଲାଙ୍ଗିରରୁ ୮, ଝାରସୁଗୁଡାରୁ ୬ ଓ ଦେବଗଡରୁ ୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ଏ ଯାଏଁ ମୋଟ ୯ ଲକ୍ଷ ୬୯ ହଜାର ୧୮୫ ଲୋକ କୋରୋନା ପଜିଟିଭ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୪୫ ହଜାର ୧୭୭ ଲୋକ ସୁସ୍ଥ ହୋଇସାରିଲେଣି । ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୮ ହଜାର ୩୮୧ ରହିଛି ।

Comments are closed.