କୋଭିଡ ସତର୍କତା ସହ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ଖୋଲିଲା ସ୍କୁଲ

ଭୁବନେଶ୍ୱର –ଆଜିଠାରୁ ରାଜ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ ପାଠ ପଢା ଆରମ୍ଭ ହୋଇଛି । କରୋନା କଟକଣା ମାନି ପାଠପଢା ଆରମ୍ଭ ହୋଇଛି । କ୍ୟାମ୍ପସରେ ସାମାଜିକ ଦୂରତା ଓ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍କୁଲଗୁଡିକ କ୍ଲାସରୁମ ବାହାରେ ବି ପିଲାଙ୍କୁ ପଢାଇପାରିବେ । ତେବେ, ଏଥିପାଇଁ ପାଗ ଅନୁକୂଳ ଥିବା ଦରକାର । କୋଭିଡ-୧୯ ପାଇଁ ଜାରି ହୋଇଥିବା ହେଲ୍ପ ଲାଇନ ନମ୍ବରକୁ କ୍ୟାମ୍ପସରେ ପ୍ରଦର୍ଶିତ କରିବା ପାଇଁ ସ୍କୁଲଗୁଡିକୁ କୁହାଯାଇଛି । କୋଭିଡ ମନିଟରିଂ ଟିମ୍ ମଧ୍ୟ ଗଠନ କରାଯାଇଛି । ସ୍କୁଲ ଖୋଲିବାକ ୩୦ ମିନିଟ ପୂର୍ବରୁ ଓ ବନ୍ଦ ହେବାର ୩୦ ମିନିଟ ପରେ ମନିଟରିଂ ଟିମ୍‌ର ସଦସ୍ୟମାନେ ସ୍କୁଲରେ ରହିବେ । ପୂର୍ବପରି ଅନଲାଇନ ପାଠପଢା ବି ଚାଲିବ । ସ୍କୁଲ ଆସିବାକୁ କୌଣସି ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରାଯିବ ନାହିଁ । ଅଭିଭାବକଙ୍କ ସହ ଆଲୋଚନା ପରେ ସେମାନେ ସ୍କୁଲ୍ ଆସିବେ ।

Comments are closed.