ହୀରାକୁଦର ପୁଣି ୨ ଗେଟ୍ ଖୋଲିଲା, ୧୦ ଗେଟ୍ ଦେଇ ଜଳ ନିଷ୍କାସନ ଜାରି

ସମ୍ବଲପର; ଉପରମୁଣ୍ଡରୁ ଜଳପ୍ରବାହକୁ ଦେଖି ଅପରାହ୍ନରେ ହୀରାକଦର ପୁଣି ୨ଟି ଗେଟ୍ ଖୋଲାଯାଇଛି । ଆଜି ସକାଳେ ୪ଟି ଖୋଲାଯାଇଥିଲା । ବର୍ତ୍ତମାନ ମୋଟ୍ ୧୦ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି ।

ଗତକାଲି ସୁଦ୍ଧା ହୀରାକୁଦର ୪ଟି ଗେଟ୍ ଖୋଲାଯାଇଥିଲା । ହେଲେ ଆଜି ସକାଳୁ ପୁଣି ଜଳପ୍ରବାହ ୧.୯୦ ଲଖ୍ୟ କ୍ୟୁସେକ ପାଖାପାଖି ପହଞ୍ଚିଯାଇଥିଲା । ଫଳରେ ଆଜି ପୂର୍ବାହ୍ନରେ ୪ଟି ଖୋଲାଯାଇ ମୋଟ୍ ୮ ଗେଟ୍ ଦେ ଜଳ ନିଷ୍କାସନ ଜାରି ରହିଥିଲା । ତଥାପି ଜଳସ୍ତର ୬୧୦ ଫୁଟ ନିକଟତର ହୋଇଥିବାରୁ ଅପରାହ୍ନରେ ଆଉ ୨ଟି ଗେଟ୍ ଖୋଲି ମୋଟ୍ ୧୦ ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ବର୍ତ୍ତମାନ ଜଳସ୍ତର ୬୦୯.୯୫ ଫୁଟରେ ପହଞ୍ଚିଛି । ଉପରମୁଣ୍ଡରୁ ବର୍ତ୍ତମାନ ୧.୫୨ ଲଖ୍ୟ କ୍ୟୁସେକ୍ ଆସୁଥିବା ବେଳେ ୧୦ ଗେଟ୍ ସମେତ ପାଓ୍ବାର ଚ୍ୟାନେଲ, ବିଭିନ୍ନ କେନାଲ, ଶିଳ୍ପ ଜଳଯୋଗାଣ ମିଶି ମୋଟ୍ ୧.୭୨ ଲଖ୍ୟ କ୍ୟୁସେକ୍ ନିଷ୍କାସିତ ହେଉଛି ।

Comments are closed.