ଚିଟଫଣ୍ଡ୍ ଠକେଇ ମାମଲା : ମାସ୍ ଇନଫ୍ରା କଂପାନିର ସିଏମଡି ପ୍ରତାପ ବିଶ୍ୱାଳ କୋଲକାତାରୁ ଗିରଫ

ଭୁବନେଶ୍ୱର- ଓଡିଶାରେ ୧୫ କୋଟି ଟଙ୍କାର ଚିଟଫଣ୍ଡ୍ ଠକେଇ ମାମଲାରେ ମାସ୍ ଇନଫ୍ରା ରିଅଲିଟି ନାମକ କଂପାନିର ସିଏମଡି ପ୍ରତାପ ବିଶ୍ୱାଳଙ୍କୁ ଗିରଫ କରାଯାଇଛି । କୋଲକାତାରୁ ପ୍ରତାପଙ୍କୁ ଗିରଫ କରାଯାଇଛି । ଓଡିଶା କ୍ରାଇମବ୍ରାଂଚର ଅର୍ଥନୈତିକ ଅପରାଧ ଶାଖା ପ୍ରତାପଙ୍କୁ କୋଲକାତାର ନିଉ ଗରିଆରୁ ଗିରଫ କରିଛି । ତାଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ଆଣି ବାଲେଶ୍ୱର କୋର୍ଟରେ ହାଜର କରାଯାଇଛି । ଅଧିକ ସୁଧର ଲୋଭ ଦେଖାଇ ଜମାକାରୀଙ୍କୁ ଟଙ୍କା ଠକି ନେଇଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ରହିଛି । ୨୦୧୦ରେ କୋଲକାତାରେ ଖୋଲିଥିଲା ମାସ୍ ଇନଫ୍ରା ରିଅଲିଟି କଂପାନି । ୨୦୧୨ରେ କଂପାନିର ନାଁ ବଦଳାଇ ଦିଲ୍ଲୀକୁ ଉଠିଯାଇଥିଲା ସଂସ୍ଥା ।

Comments are closed.