ଟୋକିଓ ଅଲିମ୍ପିକ୍ସ: ଭାରତୀୟ ମହିଳା ହକି ଦଳର କ୍ରମାଗତ ଦ୍ୱିତୀୟ ପରାଜୟ, ଜର୍ମାନୀ ଠାରୁ ୦-୨ରେ ପରାସ୍ତ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି | ରବିବାର ପୁଲ୍-ବି ର ଏକ ମ୍ୟାଚରେ ଜର୍ମାନୀ ୨-୦ ଗୋଲରେ ଭାରତକୁ ପରାସ୍ତ କରିଛି। ଜର୍ମାନ ତରଫରୁ ନିକ ଲୋରେଞ୍ଜ ଏବଂ ଆନ୍ କାଟାରିନା ଗୋଲ୍ ସ୍କୋର୍ କରିଥିଲେ। ଏହାପୂର୍ବରୁ ପ୍ରଥମ ମ୍ୟାଚରେ ଭାରତ ୧-୫ରେ ନେଦରଲାଣ୍ଡ୍ସ ଠାରୁ
ପରାସ୍ତ ହୋଇଥିଲା। ଜର୍ମାନୀ ବିପକ୍ଷରେ ଭାରତକୁ ଏକ ପେନାଲ୍ଟି ଷ୍ଟ୍ରୋକ୍ ମଧ୍ୟ ମିଳିଥିଲା, କିନ୍ତୁ ଗୁରୁଜିତ୍ କୌର ଏହାକୁ ଗୋଲରେ ପରିଣତ କରିପାରିନଥିଲେ।

Comments are closed.