ରାଜ୍ୟରେ ନିମ୍ନଗାମୀ ଦୈନିକ କୋରୋନା ମାମଲା, ଦିନକରେ ୧୬୨୯ ନୂଆ ଆକ୍ରାନ୍ତ, ଚିନ୍ତା ବଢାଉଛି ଖୋର୍ଦ୍ଧା ଜିଲ୍ଲା

ଭୁବନେଶ୍ୱର- ରାଜ୍ୟରେ ଦୁଇ ହଜାର ତଳେ ହିଁ ରହିଛି ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧ ହଜାର ୬୨୯ ନୂଆ ଆକ୍ରାନ୍ତ । ସଙ୍ଗରୋଧରୁ ୯୩୯ ଓ ସ୍ଥାନୀୟ ଅଂଚଳରୁ ୬୯୦ ଚିହ୍ନଟ ହୋଇଛନ୍ତି ।

ଦିନକରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୩୨ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଲାରୁ ୧୬୦, ପୁରୀରୁ ୯୬, ବାଲେଶ୍ୱରରୁ ୯୩ , ଯାଜପୁରରୁ ୮୪, ଭଦ୍ରକରୁ ୭୬, ଜଗତସିଂହପୁରରୁ ୬୭, ମୟୂରଭଞ୍ଜ ଜିଲ୍ଲାରୁ ୫୩ ଓ କେନ୍ଦ୍ରାପଡାରୁ ୪୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅନୁଗୁଳ ଜିଲ୍ଲାରୁ ୪୪, ଢେଙ୍କାନାଳରୁ ୩୯, ନୟାଗଡରୁ ୩୮, କେନ୍ଦୁଝରରୁ ୨୯, ସୁନ୍ଦରଗଡରୁ ୨୨, ସୁବର୍ଣ୍ଣପୁରରୁ ୨୨, କନ୍ଧମାଳରୁ ୧୬, ସମ୍ବଲପୁରରୁ ୧୪, ରାୟଗଡାରୁ ୧୨, ବରଗଡରୁ ୧୧, ନୂଆପଡାରୁ ୧୦, ଦେବଗଡରୁ ୯, ଗଞ୍ଜାମରୁ ୮, ନବରଙ୍ଗପୁରରୁ ୬, ବଲାଙ୍ଗିରରୁ ୫, ଝାରସୁଗୁଡାରୁ ୫, କଳାହାଣ୍ଡିରୁ ୫, ମାଲକାନଗିରିରୁ ୫, କୋରାପୁଟରୁ ୪, ବୌଦ୍ଧରୁ ୨ ଓ ଗଜପତିରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୦ ହଜାର ୮୧୪କୁ ବୃଦ୍ଧି ପାଇଛି । ଏଯାଏଁ ୯ ଲକ୍ଷ ୪୭ ହଜାର ୩୮୧ ରୋଗୀ ସୁସ୍ଥ ହୋଇସାରିଛନ୍ତି । ୧୭ ହଜାର ୭୪୬ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି ।

Comments are closed.