ବଢିଲା ଓଜେଇଇ ଆବେଦନ ଅବଧି, ଏଥର ସବୁ ଜିଲ୍ଲାରେ ଓଜେଇଇ ପରୀକ୍ଷା କେନ୍ଦ୍ର

ଭୁବନେଶ୍ୱର – ଏ ବର୍ଷ ରାଜ୍ୟର ସବୁ ଜିଲ୍ଲାରେ ହେବ ଓଜେଇଇ ପରୀକ୍ଷା କେନ୍ଦ୍ର । ଓଜେଇଇ କର୍ତ୍ତୃପକ୍ଷ ରାଜ୍ୟର ଆଉ ୯ଟି ସ୍ଥାନ ଓ ରାଜ୍ୟ ବାହାରର ୩ଟି ସ୍ଥାନକୁ ଅନଲାଇନ ପରୀକ୍ଷା କେନ୍ଦ୍ର ଭାବେ ସାମିଲ କରିଛନ୍ତି । ରାଜ୍ୟ ବାହାରେ ପାଟନା, ରାଞ୍ଚି , କୋଲକାତାରେ ପରୀକ୍ଷା କେନ୍ଦ୍ର ହେବ । ଏହାଛଡା ରାଜ୍ୟର କେନ୍ଦ୍ରାପଡା, ପୁରୀ, ସୋନପୁର, ନୂଆପଡା, ବୌଦ, ଦେବଗଡ, ଭବାନୀପାଟଣା, ନବରଙ୍ଗପୁର ଓ ମାଲକାନଗିିରିରେ ମଧ୍ୟ ହେବ ପରୀକ୍ଷା କେନ୍ଦ୍ର । ଏଥିସହିତ ଓଜେଇଇ ଆବେଦନ ଅବଧି ତାରିଖକୁ ଏହି ମାସ ୩୦ ଯାଏଁ ବୃଦ୍ଧି କରାଯାଇଛି । ଫି’ ସହ ଅଗଷ୍ଟ ୨ ତାରିଖ ଯାଏଁ ଏହା ବୃଦ୍ଧି ହୋଇଛି ।

Comments are closed.