ହୀରାକୁଦର ଆଉ ୪ ଗେଟ୍ ଖୋଲିଲା, ୧୪ ଗେଟ୍ ଦେଇ ଜଳ ନିଷ୍କାସନ ଜାରି

ସମ୍ବଲପୁର; ହୀରାକୁଦ ଜଳଭଣ୍ଡାରରୁ ଆଜି ମଧ୍ୟାହ୍ନରେ ପୁଣି ୪ ଗେଟ୍ ଖୋଲାଯାଇଛି । ବର୍ତ୍ତମାନ ମୋଟ୍ ୧୪ ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି ।

ଗତକାଲି ଠାରୁ ୧୦ ଗେଟ୍ ଦେଇ ଜଳ ନିଷ୍କାସନ ଚାଲିଥିଲା । ସେପଟେ ଉପରମୁଣ୍ଡରୁ ଆସୁଥିବା ପାଣି ବି କମିବାରେ ଲାଗିଛି । ହେଲେ ଗତ ୨୪ ଘଣ୍ଟା ମଧ୍ୟରେ ଉପରମୁଣ୍ଡରେ ହାରାହାରି ୩୪.୭୧ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଗତକାଲି ଠାରୁ ଉପରେ ବର୍ଷା ଲାଗି ରହିଛି । ଫଳରେ ଜଳଭଣ୍ଡାରକୁ ଅଧିକ ପାଣି ଆସିବାର ଆକଳନ କର୍ ଆଜି ପୁଣି ଏହି ୪ ଗେଟ୍ ଖୋଲି ମୋଟ୍ ୧୪ ଗେଟ୍ ରେ ଜଳ ନିଷ୍କାସନ କରାଯାଉଛି । ବର୍ତ୍ତମାନ ହୀରାକୁଦକୁ ୮୮୫୩୫ କ୍ୟୁସେକ ପାଣି ଆସୁଥିବା ବେଳେ ୨ ଲଖ୍ୟ ୨୧ ହଜାର କ୍ୟୁସେକ ନିଷ୍କାସିତ ହେଉଛି । ସେହିପରି ଜଳସ୍ତର ୬୦୭.୫୮ ଫୁଟ ରହିଛି ।

 

Comments are closed.