ବ୍ୟାଙ୍କ୍ ଦେବାଳିଆ ହେଲେ ଜମାକାରୀଙ୍କୁ ୯୦ ଦିନରେ ମିଳିବ ୫ ଲକ୍ଷ ଟଙ୍କା ବୀମା ସୁରକ୍ଷା, ଡିସିଆଇସିସି ଆଇନରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ମୋହର

ନୂଆଦିଲ୍ଲୀ: ବ୍ୟାଙ୍କ୍ ଦେବାଳିଆ ହେବା ସ୍ଥିତିରେ ଆକାଉଣ୍ଟଧାରୀମାନଙ୍କୁ ୯୦ ଦିନ ମଧ୍ୟରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁରକ୍ଷା ପ୍ରଦାନ କରିବାକୁ ଡିପୋଜିଟ ଇନସୁରାନ୍ସ ଆଣ୍ଡ କ୍ରେଡିଟ ଗ୍ୟାରେଣ୍ଟି କର୍ପୋରେସନ (ଡିଆଇସିଜିସି), ୧୯୬୧ ଆଇନରେ ସଂଶୋଧନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ର ମଞ୍ଜୁରି ମିଳିଛି। କ୍ୟାବିନେଟ ବୈଠକ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ଡିପୋଜିଟ ଇନସୁରାନ୍ସ ଆଣ୍ଡ କ୍ରେଡିଟ ଗ୍ୟାରେଣ୍ଟି କର୍ପୋରେସନ (ଡିଆଇସିଜିସି) ଆଇନରେ ସଂଶୋଧନ ସହିତ ଜମା ବୀମା ପରିସର ବୃଦ୍ଧି ପାଇବ ଏବଂ ୯୮.୩ ପ୍ରତିଶତ ବ୍ୟାଙ୍କ ଆକାଉଣ୍ଟଧାରୀମାନେ ଏହା ଅଧୀନରେ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବେ। କ୍ୟାବିନେଟ ବୈଠକ ସମ୍ପର୍କରେ ସୂଚନା ଦେଇ ସୀତାରମଣ କହିଛନ୍ତି ଯେ ଚଳିତ ମୌସୁମୀ ଅଧିବେଶନରେ ଏହି ବିଲ୍ ଆଗତ ହେବ ବୋଲି ଆଶା କରାଯାଉଛି।

ସୀତାରମଣ କହିଛନ୍ତି ଯେ ବ୍ୟବସାୟିକ କାର୍ଯ୍ୟକୁ ଆହୁରି ସୁଗମ କରିବା ପାଇଁ କ୍ୟାବିନେଟ୍ ସୀମିତ ଆକାଉଣ୍ଟେବିଲିଟି ପାର୍ଟନରସିପ୍ (ଏଲ୍ଏଲପି) ଆଇନରେ ସଂଶୋଧନକୁ ଅନୁମୋଦନ କରିଛି।

Comments are closed.