ସେରୋ ସର୍ଭେ: ୧୧ ରାଜ୍ୟରେ ଦୁଇ ତୃତୀୟାଂଶ ଲୋକଙ୍କ ଠାରେ ବିକଶିତ ହୋଇଛି ଆଣ୍ଟିବଡି, ମଧ୍ୟପ୍ରଦେଶରେ ସର୍ବାଧିକ, କେରଳରେ ସର୍ବନିମ୍ନ

ନୂଆଦିଲ୍ଲୀ: ଜୁନ୍ ୧୪ରୁ ଜୁଲାଇ ୬ ମଧ୍ୟରେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଦ୍ୱାରା କରାଯାଇଥିବା ଏକ ସେରୋ ସର୍ଭେରୁ ମିଳିଥିବା ତଥ୍ୟ ଅନୁଯାୟୀ ୧୧ଟି ରାଜ୍ୟରେ ଜନସଂଖ୍ୟାର ଅତି କମରେ ଦୁଇ-ତୃତୀୟାଂଶ ଲୋକଙ୍କ ଠାରେ କରୋନାଭାଇରସ ବିରୋଧରେ ଲଢ଼ିବା ପାଇଁ ଆଣ୍ଟିବଡି ବିକଶିତ ହୋଇଛି। । ଏହି ତାଲିକାରେ ମଧ୍ୟପ୍ରଦେଶ ଶୀର୍ଷରେ ରହିଛି । ମଧ୍ୟପ୍ରଦେଶ ୭୯% ‘ସେରୋପ୍ରିଭାଲେନ୍ସ’ ସହିତ ତାଲିକାର ଶୀର୍ଷରେ ଥିବାବେଳେ କେରଳ ୪୪.୪% ସହ ସବାଶେଷରେ ରହିଛି। ଆସାମରେ’ସେରୋପ୍ରିଭାଲେନ୍ସ’ ୫୦.୩ ପ୍ରତିଶତ ଏବଂ ମହାରାଷ୍ଟ୍ରରେ ୫୮ ପ୍ରତିଶତ ରହିଛି।

ସର୍ବେକ୍ଷଣ କରାଯାଇଥିବା ଜନସଂଖ୍ୟାରେ ‘ସେରୋପ୍ରିଭାଲେନ୍ସ’ ରାଜସ୍ଥାନରେ ୭୬.୨ ପ୍ରତିଶତ, ବିହାରରେ ୭୫.୯ ପ୍ରତିଶତ, ଗୁଜୁରାଟରେ ୭୫.୩ ପ୍ରତିଶତ, ଛତିଶଗଡରେ ୭୪.୬ ପ୍ରତିଶତ, ଉତ୍ତରପ୍ରଦେଶରେ ୭୩.୧ ପ୍ରତିଶତ, ଉତ୍ତରପ୍ରଦେଶରେ ୭୧ ପ୍ରତିଶତ, ଆନ୍ଧ୍ରପ୍ରଦେଶରେ ୭୦.୨ ପ୍ରତିଶତ, କର୍ଣ୍ଣାଟକରେ ୬୯.୮ ପ୍ରତିଶତ ରହିଛି। ତାମିଲନାଡୁ ୬୯.୨ ପ୍ରତିଶତ ଏବଂ ଓଡିଶାରେ ୬୮.୧ ପ୍ରତିଶତ ଲୋକଙ୍କ ଠାରେ ସେରୋପ୍ରିଭାଲେନ୍ସ ତଥା ଆଣ୍ଟିବଡି ବିକଶିତ ହୋଇଛି ।

ସର୍ଭେର ଫଳାଫଳକୁ ଦର୍ଶାଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଆଇସିଏମଆର ସହିତ ପରାମର୍ଶ କରି ନିଜସ୍ୱ ସେରୋ ଅଧ୍ୟୟନ କରିବାକୁ ପରାମର୍ଶ ଦେଇଛି ଯଦ୍ୱାରା ଏହା ନିଶ୍ଚିତ ହୋଇପାରିବ ଯେ ଆଇସିଏମ୍ଆର୍ ପକ୍ଷରୁ ହୋଇଥିବା ଅଧ୍ୟୟନ ଏକ ନିର୍ଦ୍ଦିଷ୍ଟ ପ୍ରୋଟୋକଲ ମାନଦଣ୍ଡ ପୂରଣ କରିପାରିଛି କି ନାହିଁ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ ଦେଶରେ ଏଯାବତ୍ ୪୫ କୋଟିରୁ ଅଧିକ ଟିକା ଡୋଜ୍ ଦିଆଯାଇଛି ।

Comments are closed.