ଉଚ୍ଛୁଲା ନାଳ ରେ ଫସିଗଲା ବସ, ବସଯାତ୍ରୀ ଙ୍କୁ ଉଦ୍ଧାର କଲେ ଗ୍ରାମବସୀ

ସମ୍ବଲପୁର: ବାମରା ବ୍ଲକ ଅନ୍ତର୍ଗତ ପିଣ୍ଡାପଥର ଠାରେ ଉଚ୍ଛୁଲା ନାଳ ପାରି ହେବା ସମୟ ରେ ଏକ ବସ ଭାସିଯାଇଥିବା ବେଳେ ବସ ଯାତ୍ରୀଙ୍କୁ ସ୍ଥାନୀୟ ଲୋକ ମାନେ ଉଦ୍ଧାର କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ରାଉରକେଲା ରୁ ବାମରା ଦେଇ ସୋଲ ଅଞ୍ଚଳ କୁ ଯାଉଥିବା ତାଜ ନାମକ ଯାତ୍ରୀବସ ଡ୍ରାଇଭର ର ଭୁଲ ନିର୍ଣ୍ଣୟ ଯୋଗୁଁ ଉଚ୍ଛୁଲା ନାଳ ରେ ଫସି ଯାଉଥିବା ବେଳେ ପ୍ରାୟ ୨୦ ଜଣ ବସ ଯାତ୍ରୀଙ୍କ ଜୀବନ ବିପଦ ରେ ପଡିଯାଇଥିଲା। ବୁଧବାର ଦିନ ପ୍ରାୟ ୩ ଟା ସମୟ ରେ ତାଜ ନାମକ ଯାତ୍ରୀବାହୀ ବସ ବାମରା ଅଭିମୁଖେ ଆସୁଥିବା ବେଳେ ପିଣ୍ଡାପଥର ନିକଟ ପୋଲ ପାଖରେ ପହଞ୍ଚିଥିଲା। ମାତ୍ର ପୋଲ ଉପରୁ ପ୍ରାୟ ୩ ଫୁଟ ଉଚ୍ଚ ପାଣି ବୋହୁ ଥିବା ଦେଖି ଡ୍ରାଇଭର ବସ କୁ କିଛି ସମୟ ପାଇଁ ଅଟକାଇବା ପରେ ପୁଣି ସେହି ଉଚ୍ଛୁଲା ପାଣି ଉପରୁ ପାରି ହେବା ପାଇଁ ଚେଷ୍ଟା କରୁଥିବା ବେଳେ ବସ ଟି ପୋଲ ମଝି ରେ ଫସି ଭାସିବା କୁ ଆରମ୍ଭ କରିଥିଲା। ଅଳ୍ପ ଟିକେ ଭାସିବା ପରେ ଏକ ଛୋଟ ପୋଲ ସାହାଯ୍ୟ ରେ ବସ ଟି ଅଟକିଯାଇଥିବା ବେଳେ ଖବର ପାଇ ତୁରନ୍ତ ଗ୍ରାମବସୀ ମାନେ ଘଟଣା ସ୍ଥଳ ରେ ପହଁଚି ବସ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ବସ ଯାତ୍ରୀ ଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ଥିବା ବେଲେ ଡ୍ରାଇଭର ଙ୍କ ଭୁଲ ନିଷ୍ପତ୍ତି ଯୋଗୁଁ ସେ ସମସ୍ତଙ୍କୁ ବିପଦ ମୁହଁ କୁ ଠେଲି ଦେଲେ ବୋଲି ଚର୍ଚା ଜୋର ଧରିଛି। ଘଟଣା କୁ ନେଇ ଗଡ଼ପୋଷ ଫାଣ୍ଡି ଅଧିକାରୀ ଦେବରାଜ ସାହୁ ଙ୍କୁ ପଚାରି ବୁଝିବା ରୁ ସେ ଘଟଣା ବିଷୟ ରେ ଜାଣି ନ ଥିବା କହିଛନ୍ତି।

Comments are closed.