କେରଳରେ କରୋନା ସଂକ୍ରମଣ ପୁଣି ଉପରମୁହାଁ, ଉଚ୍ଚସ୍ତରୀୟ ଟିମ୍ ପଠାଇଲା କେନ୍ଦ୍ର

ନୂଆଦିଲ୍ଲୀ: ଦୈନିକ କରୋନା ମାମଲାରେ କ୍ରମାଗତ ବୃଦ୍ଧି ପରେ କେରଳ ଏହି ସପ୍ତାହରୁ ସପ୍ତାହାନ୍ତ ଲକଡାଉନ୍ ବଢାଇବାକୁ ନିଷ୍ପତ୍ତି ନେଇଛି | ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ରରୁ ଏକ ୬ ଜଣିଆ ଉଚ୍ଚସ୍ତରୀୟ ଟିମ୍ କେରଳ ପଠାଇଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡବୀୟ କହିଛନ୍ତି ଯେ କେରଳରୁ ସଂପ୍ରତି ଅଧିକ କରୋନା ମାମଲା ରିପୋର୍ଟ ହେଉଛି । ତେଣୁ କୋଭିଡ ପରିଚାଳନା ଅଧୀନରେ ରାଜ୍ୟରେ ଚାଲିଥିବା ପ୍ରୟାସରେ କେନ୍ଦ୍ରୀୟ ଟିମ୍ ସହଯୋଗ କରିବ।’ ଦ୍ୱିତୀୟ ଲହରୀ ପରଠାରୁ ଦେଶରେ କରୋନା ମାମଲା କ୍ରମାଗତ ଭାବେ ହ୍ରାସ ପାଉଥିବା ବେଳେ କେରଳରେ କିନ୍ତୁ କରୋନା ଗ୍ରାଫ୍ ଉପରମୁହାଁ ହୋଇଛି । ଗତ କିଛି ସପ୍ତାହ ଧରି କେରଳରେ ନୂଆ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ।

ବୁଧବାର ଦିନ ଦକ୍ଷିଣ କେରଳରେ କୋଭିଡ-୧୯ ର ୨୨,୯୫୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ସଂକ୍ରମଣ ମାମଲା ୩୩,୨୭,୩୦୧କୁ ବୃଦ୍ଧି ପାଇଛି । କରୋନା ଯୋଗୁଁ କେରଳରେ ଏଯାବତ ୧୬,୪୫୭ ଜଣଙ୍କ ମୃତ୍ୟୁ ହୋଇଛି ।

Comments are closed.