୫ଜି ସେବା ବିରୋଧରେ ନିଜ ପିଟିସନ ପ୍ରତ୍ୟାହାର କଲେ ଜୁହି

ନୂଆଦିଲ୍ଲୀ: ଦେଶରେ ୫ଜି ମୋବାଇଲ ସେବା ବିରୋଧରେ ଦାଖଲ କରିଥିବା ନିଜ ପିଟିସନକୁ ବଲିଉଡ ଅଭିନେତ୍ରୀ ଜୁହି ଚାୱଲା ପ୍ରତ୍ୟାହାର କରିନେଇଛନ୍ତି । ଜୁହି ମେ ମାସରେ ଏନେଇ ଦିଲ୍ଲୀ ହାଇକୋର୍ଟରେ ପିଟିସନ ଦାୟର କରିଥିଲେ। ୫ଜି ନେଟୱର୍କ ଦ୍ବାରା ମଣିଷ, ଉଦ୍ଭିଦ ଓ ପ୍ରାଣୀ ଜଗତ ଉପରେ ପ୍ରତିକୂଳ ପ୍ରଭାବ ପଡିବ ବୋଲି ସେ ନିଜ ପିଟିସନରେ ଦର୍ଶାଇଥିଲେ। ତେବେ କୋର୍ଟ ତାଙ୍କର ଏହି ଆବେଦନ ଖାରଜ କରିଥିଲେ । ଜୁହିଙ୍କ ପିଟିସନ ଶସ୍ତା ଲୋକପ୍ରିୟତା ହାସଲ କରିବାକୁ ଉଦ୍ଦିଷ୍ଟ ବୋଲି କୋର୍ଟ କହିଥିଲେ । ଏହାଛଡ଼ା ଅଦାଲତ ତାଙ୍କ ଉପରେ ୨୦ ଲକ୍ଷ ଟଙ୍କା ଜରିମାନା ଲଗାଇଥିଲେ ।

ଜୁହି ଚାୱଲାଙ୍କ ଓକିଲ ଦୀପକ ଖୋସଲାଙ୍କ ନିବେଦନ ପରେ ଜଷ୍ଟିସ ଜୟନ୍ତ ନାଥ ଏହି ଆବେଦନ ପ୍ରତ୍ୟାହାର କରିବାକୁ ଅନୁମତି ଦେଇଛନ୍ତି।

Comments are closed.