ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଏକାଧିକ ବିଲ୍ ପାରିତ, ଲୋକସଭା ଓ ରାଜ୍ୟସଭା କାଲି ପର୍ଯ୍ୟନ୍ତ ସ୍ଥଗିତ

ନୂଆଦିଲ୍ଲୀ: ପେଗାସସ୍ ଗୁଇନ୍ଦା କେଳେଙ୍କେରୀର ତଦନ୍ତ ଦାବିରେ ସଂସଦର ଉଭୟ ଗୃହରେ ବିରୋଧୀ ଦଳଙ୍କ ହଙ୍ଗାମା ଜାରି ରହିଛି । ମୌସୁମୀ ଅଧିବେଶନର ନବମ ଦିନରେ ମଧ୍ୟ ବିରୋଧୀଙ୍କ ହୋହଲ୍ଲା ଯୋଗୁଁ ଉଭୟ ଗୃହର ବୈଠକ ବ୍ୟାହତ ହୋଇଛି । ପ୍ରବଳ ହଟ୍ଟଗୋଳ କାରଣରୁ ଲୋକସଭା ଓ ରାଜ୍ୟସଭା ଆସନ୍ତାକାଲି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ବିରୋଧୀ ଏହା ସ୍ପଷ୍ଟ କରିଛନ୍ତି ଯେ ସରକାର ଆଲୋଚନାରେ ରାଜି ନହେବା ପର୍ଯ୍ୟନ୍ତ ସଂସଦରେ ସେମାନଙ୍କ ସଂଗ୍ରାମ ବନ୍ଦ ହେବ ନାହିଁ। ଅନ୍ୟପକ୍ଷରେ ସଂସଦରେ ହଙ୍ଗାମା କରୁଥିବା ସାଂସଦମାନଙ୍କୁ ଚେତାବନୀ ଦେଇଛନ୍ତି ଲୋକସଭା ବାଚସ୍ପତି ଓମ ବିର୍ଲା। ସେ କହିଛନ୍ତି ଯେ ଯଦି ଏହା ଜାରି ରହେ ତେବେ ସଦସ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡ଼ିବ।

ବାରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଲୋକସଭାରେ ‘ବିମାନବନ୍ଦର ଅର୍ଥନୈତିକ ନିୟାମକ ପ୍ରାଧିକରଣ (ସଂଶୋଧନ) ବିଲ୍’ ଏବଂ ‘ଫ୍ୟାକ୍ଟର୍ ରେଗୁଲେସନ୍ (ସଂଶୋଧନ) ବିଲ୍ ୨୦୨୧’ ପାରିତ ହୋଇଛି।

ସେହିପରି ରାଜ୍ୟସଭାରେ ମଧ୍ୟ କୋକୋନଟ୍ ଡିଭେଲପମେଣ୍ଟ ବୋର୍ଡ଼ (ସଂଶୋଧନ) ବିଲ୍, ୨୦୨୧ ମଧ୍ୟ ପାରିତ ହୋଇଥିଲା। ରାଜ୍ୟସଭା ଆସନ୍ତାକାଲି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି

ଶିରୋମାନି ଅକାଳୀ ଦଳ କୃଷକ ପ୍ରସଙ୍ଗରେ ସଂସଦରେ ବିକ୍ଷୋଭ ପ୍ରଦର୍ଶନ କରିଛି। ହରସିମରତ କୌର ବାଦଲ (ଏସ୍ଏଡି) କହିଛନ୍ତି, ‘ମୁଁ ୯ ଦିନ ଧରି ଏହି ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଦେଇଆସିଛ। ଯଦି ସରକାର ଆଲୋଚନା ଚାହାଁନ୍ତି, ତେବେ ମୁଲତବୀ ପ୍ରସ୍ତାବ ଗ୍ରହଣ କରି ସମୟ ଦେଇଥାନ୍ତେ। କିନ୍ତୁ ଏହି ସରକାର ଖାଦ୍ୟ ବିରୋଧୀ ସରକାର।

Comments are closed.