ଟୋକିଓ ଅଲିମ୍ପିକ୍ସ: ମେରିକମଙ୍କ ଅଭିଯାନ ଶେଷ, ପ୍ରି-କ୍ୱାର୍ଟରରେ ହାରିଲେ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତର ଷ୍ଟାର ବକ୍ସର ଏମସି ମେରିକମଙ୍କ ଅଭିଯାନ ଶେଷ ହୋଇଯାଇଛି । ଆଜି ୫୧ କିଲୋଗ୍ରାମ ବର୍ଗର ପ୍ରି-କ୍ୱାର୍ଟର ଫାଇନାଲରେ ମେରିକମ୍ କଲମ୍ବିଆର ଭିକ୍ଟୋରିଆ ଇନଗ୍ରିଟ୍ ଭାଲେନ୍ସିଆଙ୍କ ଠାରୁ ପରାସ୍ତ ହୋଇ ଅଲିମ୍ପିକ୍ସରୁ ବିଦାୟ ନେଇଛନ୍ତି |
ଭାଲେନ୍ସିଆ ୩-୨ରେ ମେରିକମଙ୍କୁ ପରାସ୍ତ କରିଥିଲେ। ଭାଲେନ୍ସିଆ ହେଉଛନ୍ତି ୨୦୧୬ ରିଓ ଅଲିମ୍ପିକ୍ସର ବ୍ରୋଞ୍ଜ ପଦକ ବିଜେତା |

ମେରି କୋମ୍ ପୂର୍ବରୁ ଦୁଇଥର ଭାଲେନ୍ସିଆକୁ ପରାସ୍ତ କରିଥିଲେ | କିନ୍ତୁ ଏଥର ଏହି ୩୮ ବର୍ଷୀୟା ଭାରତୀୟ ବକ୍ସରଙ୍କୁ ଭାଲେନ୍ସିଆଙ୍କ ଠାରୁ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିଥିଲା ।

Comments are closed.